Tuesday , October 26 2021
Breaking News
Home / ବିଶେଷ / ଲଘୁଚାପ ବର୍ଷାରେ ସାଲେପୁର ଜଳାର୍ଣ୍ଣବ

ଲଘୁଚାପ ବର୍ଷାରେ ସାଲେପୁର ଜଳାର୍ଣ୍ଣବ

ସାଲେପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ୪୮ଘଂଟା ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଲେପୁରର ସହରାାଳ ଓ ଗ୍ରାମାଳ ଜଳାର୍ଣ୍ଣବ ହୋଇପଡ଼ିଛି । ସାଲେପୁର ଅଂଚଳରେ ଅଧିକାଂଶ ରାସ୍ତା ବର୍ଷା ଜଳରେ ବୁଡ଼ି ରହିଥିବା ବେଳେ ଏକାଧିକ ରାସ୍ତାର ଅନେକାଂଶ ଧୋଇ ହୋଇଯାଇଛି । ଫଳରେ ଗମନାଗମନରେ ବାଧାସୃଷ୍ଟି ହୋଇଛି । ବର୍ଷା ପାଣି ଜମି ରହୁଥିବାରୁ ସ୍ଥାନୀୟ ପରିବେଶ ମଧ୍ୟ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି । ସାଲେପୁର ସହର ଉପକଣ୍ଠ ମାଛୁଆତିର ତାରିଣୀଛକରୁ କେନ୍ଦ୍ରାପଡ଼ା କେନାଲ ବନ୍ଧକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ସ୍ଥାନରେ ବର୍ଷା ଜଳ ଜମି ଏକ ଜଳପୂର୍ଣ୍ଣ ପୋଖରୀର ଭ୍ରମ ସୃଷ୍ଟି କରୁଛି । ରାସ୍ତାରେ ଥିବା ଖାଲଖମାରେ ବର୍ଷା ଜଳ ପୂର୍ଣ୍ଣ ହୋଇଥିବାରୁ ପଥଚାରୀ ଓ ଦୁଇ ଚକିଆ ଗାଡ଼ି ଚାଳକମାନେ ବର୍ଷା ଜଳରେ ବୁଡ଼ିଥିବା ଏହି ଖାଲରେ ପଡ଼ି ଛୋଟବଡ଼ ଦୁର୍ଘଟଣାମାନ ଘଟି ଚାଲିଛି । ସାଲେପୁରର ସାପ୍ତାହୀକ ହାଟ ମଧ୍ୟ ବର୍ଷା ପାଣିରେ ବୁଡ଼ିଛି । ଆସନ୍ତା କାଲି ଗୁରୁବାର ସାଲେପୁର ହାଟ ପାଳି ଅଟେ । ବ୍ୟବସାୟୀମାନେ କିପରି ବ୍ୟବସାୟ କରିବେ ତାହା ଚିନ୍ତାର କାରଣ ହୋଇଛି । ସାଲେପୁରର ମଧୁମଣ୍ଡପକୁ ଲାଗିଥିବା ଶିଶୁୁ ଉଦ୍ୟାନ ବର୍ଷାପାଣିରେ ବୁଡ଼ିଛି । ମଧୁମଣ୍ଡପ ଆଗରେ ଆଣ୍ଠୁଏ ପାଣି ଜମିଥିବା ବେଳେ ଶିଶୁ ଉଦ୍ୟାନର ଭିତର ଓ ତିନି ପାଖ ବର୍ଷା ଜଳରେ ଡ଼ୁବିଛି ।  ୨୦୧୯ ଜାନୁୟାରୀ ୨୬ ତାରିଖରେ ଏହି ଶିଶୁ ଉଦ୍ୟାନର ଶୁଭାରମ୍ଭ ,ହୋଇଥିଲା । ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହାର ଅବସ୍ଥା ବିଗିଡ଼ିବାରେ ଲାଗିଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *