Saturday , October 16 2021
Breaking News
Home / କୃଷି / ମହିଳା ସ୍ୱୟଂ ସହାୟିକା ଗୋଷ୍ଟକୁ ମାଛ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ –  ୪୪ ପୋଖରୀ ନିଲାମରେ ୧୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ମହିଳା ସ୍ୱୟଂ ସହାୟିକା ଗୋଷ୍ଟକୁ ମାଛ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ –  ୪୪ ପୋଖରୀ ନିଲାମରେ ୧୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ଗରଦପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର)- ମହିଳା ସ୍ୱୟଂ ସହାୟିକା ଗୋଷ୍ଟିକୁ ମାଛ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଦିଆଯାଇଥିବା ବେଳେ, ଗରଦପୁର ବ୍ଲକର ମୋଟ ୪୪ ଗୋଟି ପୋଖରୀକୁ  ନିଲାମ କରାଯାଇ ମୋଟ ୧୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବାର ଗରଦପୁର ବ୍ଲକର କନିଷ୍ଟ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ପ୍ରକାଶ କରିଛନ୍ତି । ପ୍ରକାଶ ଯେ,ଚଳିତ ଆର୍ଥିକ ବର୍ଷ୨୦୧୯-୨୦ପାଇଁ ଗରଦପୁର ବ୍ଲକର୧୮ ଗୋଟି ପଂଚାୟତରେ ଥିବା ସରକାରୀ ପୋଖରୀଗୁଡିକୁ ତିନିବର୍ଷ ପାଇଁ ନିଲାମ କରାଯାଇଛି । ମିଳିଥିବା ତଥ୍ୟ ଅନୂଯାୟୀ ବ୍ଲକର ବିଭିନ୍ନ ପଂଚାୟତ ମାନଙ୍କରେ ରହିଥିବା ୪୪ଗୋଟି ପଂଚାୟତ ପୋଖରୀଗୁଡିକୁ ନିଲାମ କରାଯାଇଛି । ଏହି ନିଲାମ ଧରିବା ପାଇଁ ସମ୍ପୃକ୍ତ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମମାନଙ୍କରେ ରହିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ପ୍ରଶାସନଙ୍କ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଥିଲା । ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ପ୍ରାଧାନ୍ୟ ଦେଇ ନିଲାମରେ ଅଂଶ ଗ୍ରହଣ କରାଇବା ତଥା କେନ୍ଦ୍ରପଡା ଜିଲାପାଳ ସମର୍ଥ ବର୍ମା ନିଲାମରେ ମହିଳାମାନଙ୍କ ଅଂଶ ଗ୍ରହଣକୁ ଗୁରୁତ୍ୱ ଦେଇପାଇଁ ପରାମର୍ଶ ଦେଇଥିବାରୁ ବ୍ଲକର ମୋଟ ୪୪ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ୪୪ଗୋଟି ପୋଖରୀ ନିଲାମ ଦିଆଯାଇଛି । ବିଶେଷ କରି ପଦ୍ମପୁର,ବନ୍ତଳା ଓ ତଳକୁସୁମା ପଂଚାୟତର ପୋଖରୀଗୁଡିକ  ନିଲାମରୁ ୫ ଲକ୍ଷ ଟଙ୍କା ସରକାରୀ ତହବିଲକୁ ଆସିଥିବାବେଳେ,ଅବଶିଷ୍ଟ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଅନ୍ୟ ପଂଚାୟତମାନଙ୍କର ପୋଖରୀ ନିଲାମରୁ ମିଳିଥିବା ଜଣାପଡିଛି । ଗତକାଲି ୱାଲ୍ଡ ଫିସ୍ର ଜେନେରାଲ ମ୍ୟାନେଜର ସୌରଭ ବିଶ୍ୱାଳ ଓ ଗରଦପୁର ବ୍ଲକର କନିଷ୍ଠ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ପଦ୍ମପୁର, ଭଗବାନପୁର, ବନ୍ତଳା, ତଳକୁସୁମା, ଗରଦପୁରର ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକର ମହିଳା ମାନଙ୍କୁ ଭେଟି ମତ୍ସ୍ୟ ଚାଷ ସମ୍ପର୍କରେ ଉତ୍ସାହିତ କରିଥିଲେ । ନିଲାମ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ବିଭାଗ ପକ୍ଷରୁ ଉନ୍ନତମାନର ସଠିକ୍ ପରିମାଣର ମାଛ ଯାଆଁଳ ତୁରନ୍ତ ଯୋଗାଇ ଦିଆଯିବ ବୋଲି  ଏହି ଅବସରରେ ପ୍ରକାଶ କରିଛନ୍ତି । ୪୪ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ୫ ଶହରୁ ଉଦ୍ଧ୍ୱର୍ ପରିବାର ଏହା ଦ୍ୱାରା ଆତ୍ମନର୍ଭରଶୀଳ ହୋଇପାରିବେ,ଦୀର୍ଘ ବର୍ଷମାନଙ୍କରୁ ଅପରିଷ୍କାର ଭାବରେ ପଡି ରହିଥିବା ପୋଖରୀଗୁଡିକ ସ୍ୱଛ ଓ ନିର୍ମଳ ରହିବା ସହିତ ବ୍ୟବହାର ଉପଯୋଗୀ ହୋଇ ପାରିବ, ମତ୍ସ୍ୟ ଉପôାଦନ ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଂଚଳରେ ଚାହିଦା ମେଂଟାଇ ପାରିବ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇପାରିବ ବୋଲି ବିଡିଓ ଧରଣୀଧର ବେହେରା ପ୍ରକାଶ କରିଛନ୍ତି । ସେହିପରି ବଡ ମାଛ ସହିତ ମହୁରାଳି ମାଛ ଚାଷ କରି ବିଶେଷ ଭାବରେ ଆର୍ଥିକ କ୍ଷେତ୍ରରେ ଅଧିକ ଲାଭବାନ ହେବା ପାଇଁ  ଜିଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର ଟିପ୍ପଣୀ ଦେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଉତରପ୍ରଦେଶର ଲକ୍ଷ୍ମୀପୁର ଖିରୀ ଠାରେ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ଉପରେ କେନ୍ଦ୍ର ଗୃହ ରାଷ୍ଠ୍ରମନ୍ତ୍ରୀଙ୍କ ପୁଅ …

Leave a Reply

Your email address will not be published. Required fields are marked *