ସାଲେପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ ସିଢ଼ୋ ପଂଚାୟତ ଛୋଟି ନଟରା ଗ୍ରାମରେ ଭାରତୀୟ ଜନକଲ୍ୟାଣ ମଂଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଦିତ୍ ନାରାୟଣ ମାହୁନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭାରତୀୟ ଜନକଲ୍ୟାଣ ମଂଚର ଅଧ୍ୟକ୍ଷ ମୋହିତ ରଂଜନ ବେହେରା, ଉପାଧ୍ୟକ୍ଷା ରୀନାରାଣୀ ନାୟକ ଯୋଗଦେଇ ଆଗାମୀ ଦିନରେ ସ୍ଥାନୀୟ ଅଂଚଳରେ ସ୍ୱଚ୍ଛ ଭାରତ , ବୃକ୍ଷରୋପଣ କରାଯିବା ସହ ସାମାଜିକ ସୁରକ୍ଷା ଯୋଜନାରେ ବାଦପଡ଼ିଥିବା ଦିବ୍ୟାଙ୍ଗ ଅସହାୟ ବୃଦ୍ଧ ବୃଦ୍ଧା କିପରି ସାମିଲ କରାଯିବ ତାହା ଉପରେ ବିଶଦ୍ ଆଲୋକପାତ କରିଥିଲେ । ଏଥିରେ ଜଗବନ୍ଧୁ ତ୍ରିପାଠୀ, ଧୀରେନ୍ଦ୍ର କୁମାର ନାୟକ, ଦେବାଶିଶ୍ ନାୟକ, ଗିରିଜା ପ୍ରସାଦ ମହାରଣା, ଦେବାଶିଶ୍ କାଣ୍ଡି, ପ୍ରସନ୍ନଜିତ୍ ଆଚାର୍ଯ୍ୟ, ବିଜୟ କୁମାର ବିଶ୍ୱାଳ, ଗୈାତମ କୁମାର ମଲ୍ଲିକ୍, ଭୀକାରୀ ମହାରଣା, ଶୁକଦେବ ବିଶ୍ୱାଳ, ପ୍ରଭାତ ଦତ, ଗୈାତମ ବିଶ୍ୱାଳ, ବଳରାମ ତ୍ରିପାଠୀ ପ୍ରମୁଖ ମଂଚର ସଭ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର