Tuesday , October 26 2021
Breaking News
Home / ବିଶେଷ / ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ଗରଦପୁର,୨୬/୦୯/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ଅକ୍ଟୋବର ୧ ତାରିଖ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ । ଏହି ଦିବସକୁ ପୃଥିବୀର ସମସ୍ତ ଦେଶ, ରାଜ୍ୟ ଏବଂ ବିଭିନ୍ନ ବ୍ଳକ ସ୍ତରରେ ପାଳନକରାଯିବା ପରିପ୍ରେକ୍ଷୀରେ ଗରଦପୁର ବ୍ଳକରେ ମଧ୍ୟ ଏହି ଦିବସ ପାଳନ କରାଯିବ  । ଏହି ଦିବସକୁ ସରସ ସୁନ୍ଦର କରି ପାଳନ କରିବା ପାଇଁ ଆଜି ଗରଦପୁର ବ୍ଲକ ବିଡିଓଙ୍କ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଧରଣୀଧର ବେହେରା ସଭାପତିତ୍ୱ କରିଥିଲେ । ବ୍ଳକର ସାମାଜିକ କଲ୍ୟାଣ ଅଧିକାରୀ ଖଗେଶ୍ୱର ସେଠୀ ଉପସ୍ଥିତ ରହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉତ୍ସବସ୍ଥଳରେ ପୂଜାର୍ଚ୍ଚନା କରାଯାଇ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯିବ । ସେମାନଙ୍କୁ ସ୍ୱଗତ କରାଯିବା ସହ ସେମାନେ ତାଙ୍କର ସ୍ମୃତି ଅନୂଭୁତି ବଖାଣିବେ । ଅବଶିଷ୍ଟ ଜୀବନ ସେମାନେ ଜିଇବାକୁ ଉତ୍ସାହ ଓ ପ୍ରେରଣା ଦିଆଯିବ । ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରୀ ସ୍ତରରେ ଥିବା ବିଭିନ୍ନ ଆଇନ୍ ଗତ ସୁବିଧା ସୁଯୋଗ ଓ ଜନ ହିତକାରୀ ଯୋଜନା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ସେଠୀ, କଳାବୁଦା ସରପଂଚ ପ୍ରକାଶ କୁମାର ସାହୁ,ପାଖଡ ସରପଂଚ ଗୌରାଙ୍ଗ ଚରଣ ପରିଡା, ପଦ୍ମପୁର ସରପଂଚ ସ୍ୱର୍ଣ୍ଣଲତା ରାଉତ, ତଳକୁସୁମା ସରପଂଚ ମମତା ନାୟକ,ତିକନପୁର ସରପଂଚ ଆରତୀ ମଲ୍ଲିକ ଓ ଜିଲା ପରିଷଦ ସଦସ୍ୟ ସନ୍ତୋଷକୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *