Tuesday , October 19 2021
Breaking News
Home / ବିଶେଷ / ପଟ୍ଟାମୁଣ୍ଡାଇ ରେ ଜଲସା କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ରେ ଜଲସା କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ, ୨୬/୦୯/୨୦୧୯ ( ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୧ନଂ. ୱାର୍ଡ ମୁସଲମାନ ବସ୍ତିରେ କେଜିଏନ କମିଟି ପକ୍ଷରୁ ସହିଦ ଆଜମ ସମ୍ମିଳନୀ ଓ ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ ତ୍ରିପାଠୀ ମୁଖ୍ୟବକ୍ତା ଓ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣ ସଂପାଦିକା ରିଜୁୱାନା ବେଗମ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ମିଟୁ ମନୋଜ ନାୟକ, ଯୁବନେତା ବୁଢା ଲେଙ୍କା, ବିଜେଡି ସଂଖ୍ୟାଲଘୁ ସଂଗଠକ ସେକ ଅବଦୁଲ ହଲିମ, ବିଜେଡିନେତା ବରକତ ଅଲ୍ଲୀ, ପୂର୍ବତନ କାଉନସିଲର ମଳୟ ମଳିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ବିଧାୟକ ଶ୍ରୀ ସାହୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉଦ୍ୟେକ୍ତାମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ପଟ୍ଟାମୁଣ୍ଡାଇ ମୁସଲମାନ ବସ୍ତିର ବିକାଶ ପାଇଁ ବହୁ କଲ୍ୟାଣକାରୀ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ମୁସଲମାନ ବସ୍ତିର ଉନ୍ନତି ପାଇଁ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ ବସ୍ତିବାସିନ୍ଦାଙ୍କ ସହଯୋଗ କାମନା କରିଥିଲେ । ଏହି ଜଲସା କାର୍ଯ୍ୟକ୍ରମରେ ମୁସତାକ ଅହମଦ ସାହେବ, ସୟଦ ଇଫରାନ ରସୁଲ ସାହେବ, ସବୀର ରାଜା ମଧୁପୁରୀ, ତାହିର ରାଜା ବାରେୱାଲି, ଜାକିର ହୁସେନ ସାହାବ, ୱାସିମ ଅକତର, ସଲାଉଦ୍ଧିନ ସାହବ ପ୍ରମୁଖ ମୌଲବୀମାନେ ଇସଲାମ ଧର୍ମର ମହିମା ସଂପର୍କରେ ସମବେତ ମୁସଲମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ମୁସଲମାନବସ୍ତି କେଜିଏନ କମିଟି ସଦସ୍ୟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *