Monday , October 18 2021
Breaking News
Home / ବିଶେଷ / ଡେରାବିଶ ପଂଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ

ଡେରାବିଶ ପଂଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ

ଡେରାବିଶ, ୨୬/୦୯/୨୦୧୯ ( ଓଡ଼ିଶା ସମାଚାର)-ଡେରାବିଶ ପଂଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ ବୁଧବାର ପଂଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ପଂଚାୟତ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢିକରଣ କରାଯାଇଥିଲା । ଏହି ପଂଚାୟତ ସମିତି ବୈଠକରେ ମୁଖ୍ୟତଃ ଆବାସ ଯୋଜନାରେ ଗୃହନିର୍ମାଣ ଓ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ ଉପରେ ସରଗରମ ଆଲୋଚନା ହୋଇଥିଲା । ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ରାସ୍ତା ଓ ଗୃହ ନିର୍ମାଣ, ଚକନାଳୀ ବିଭାଗ, ବିଦ୍ୟୁତ, କୃଷି ଓ ଉଦ୍ୟାନ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ, ସାଧାରଣ ବଂଟନ ବ୍ୟବସ୍ଥା ଉପରେ ସବିସ୍ତୃତ ଆଲୋଚନା କରାଯାଇ ପଂଚାୟତ ସମିତି ସ୍ଥାୟୀ କମିଟିର ପୁନର୍ଗଠନ କରାଯାଇଥିଲା । ବିଭିନ୍ନ ଆଲୋଚନାରେ ନହଙ୍ଗ ସମିତିସଭ୍ୟ କ୍ଷେତ୍ରବାସୀ ନାୟକ, ସରପଂଚ ଉମାକାନ୍ତ ନାୟକ, ଚାଟରାଚକଡା ସରପଂଚ ପୂର୍ଣ୍ଣାନନ୍ଦ ବେହେରା, ଛୋଟି ସରପଂଚ କୁମାର ଚନ୍ଦ୍ର ବଳ, ଦାନପୁର ସରପଂଚ ବିଭୁଦେନ୍ଦୁ ପଣ୍ଡା, ଇନ୍ଦାଳୋ ସମିତିସଭ୍ୟ ସୁଜିତ ସାମନ୍ତରାୟ, ବେଣୀପୁର ସମିତିସଭ୍ୟ ଦେବାଶିଷ ଆଚାର୍ଯ୍ୟ, ହରିଅଙ୍କ ସରପଂଚ ଯୁଗଳ କିଶୋର ମହାନ୍ତି ଓ କୁଶିଆପାଳ ସରପଂଚ ନିରୂପମା ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ ତାଙ୍କର ପ୍ରଥମ ପଂଚାୟତ ସମିତି ବୈଠଳରେ ଯୋଗଦେଇ ପଂଚାୟତ ସମିତିକୁ ଆଗେଇ ନେବାକୁ ଓ ପୂର୍ବଗୌରବ ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଗୋପବନ୍ଧୁ ଭୋସାଗର, ଏବିଡିଓ ଭଞ୍ଜକିଶୋର ନାୟକ, ପଂଚାୟତ ସମ୍ପ୍ରସାରଣ ଅଧିକାରିଣୀ ନନ୍ଦିନୀ ଶତପଥୀ, ଜିଲା ପରିଷଦ ସଭ୍ୟା ପୂର୍ଣ୍ଣିମା ମଲ୍ଲ, ମନୋରମା ସାହୁ ଓ ଯବା ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ । ଏହି ପଂଚାୟତ ସମିତି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *