Tuesday , October 19 2021
Breaking News
Home / ବିଶେଷ / ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରୀ

ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରୀ

 

ସାଲେପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ଲଗାର ବର୍ଷା ଯୋଗୁ ସାଲେପୁର ସହରର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଥିବା ବେଳେ ଏହି ଦୂଷିତ ପରିବେଶରେ ଖାଦ୍ୟ ବିକ୍ରୀ ହୋଉଥିବା ଦେଖିବାକୁ ମିଲିଛି । ଏଭଳି ସ୍ଥାନରୁ ଖାଦ୍ୟ ଖାଇଲେ ରୋଗ ବ୍ୟାପୀବାର ଯଥେଷ୍ଟ ସମ୍ଭାବନା ରହିଛି । ଖାଦ୍ୟ ସୁରକ୍ଷା ବିଭାଗ ଦୃଷ୍ଟି ନଦେବାରୁ ବିକ୍ରେତାମାନେ ନିର୍ଭୟରେ ଖାଦ୍ୟ ବିକ୍ରୀ କରୁଛନ୍ତି । ଅପମିଶ୍ରିତ ସାମଗ୍ରୀରେ ତିଆରି ଖାଦ୍ୟ ଦ୍ରବ୍ୟ ଦୂଷିତ ପରିବେଶରେ ବିକ୍ରୀ ହେଉଥିବା ଓ ପିଲାରୁ ବୁଢ଼ା ପର୍ଯ୍ୟନ୍ତ ଏହି ଖାଦ୍ୟ ଖାଇ ପେଟ ରୋଗ ଚର୍ମ ରୋଗରେ ଆକା୍ରାନ୍ତ ହେଉଥିବା ବିଷୟ ଗଣମାଧ୍ୟମରେ ଏକାଧିକବାର ପ୍ରକାଶ ପାଉଥିଲେ ମଧ୍ୟ ଖାଦ୍ୟ ସୁରକ୍ଷା ବିଭାଗ ଅନ୍ଦ ମୁକ ବଧିର ହୋଇ କାର୍ଯ୍ୟକରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସାଲେପୁରରେ କାମଳ ରୋଗ ବ୍ୟାପୀବାରେ ଲାଗିଲାଣି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉନଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିଛି । ଘଟଣାପ୍ରତି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଦୃଷ୍ଟି ଦେବାକୁ  ଜନସ୍ୱାଧିକାର ମଂଚ ପକ୍ଷରୁ ଦୃଢ଼ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *