Saturday , October 23 2021
Home / ତାଜା ଖବର / ଅଧ୍ୟାପିକାଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେଲେ ଦୁର୍ବୃତ

ଅଧ୍ୟାପିକାଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେଲେ ଦୁର୍ବୃତ

ଗରଦପୁର,୨୬/୦୯/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ସୌଦାମିନୀ ମହାପାତ୍ର ଙ୍କ ବେକରୁ ଆଜି ଦିବାଲୋକରେ ଦୁର୍ବୃତ ମାନେ ସୁନାହାର ଛିଣ୍ଡାଇ ନେଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ ଟା ବେଳେ ଅଧ୍ୟାପିକା ଶ୍ରୀମତୀ ମହାପାତ୍ର ତାଙ୍କ ସ୍ୱାମୀ ଅକ୍ଷୟ ନନ୍ଦ ଙ୍କ ସହିତ ଏକ ବାଇକ୍ ରେ କଲେଜ ରୁ ଘରକୁ ଫେରୁଥିଲେ । କଲେଜ ଠାରୁ ପ୍ରାୟ ୧ କିମି ଯିବା ପରେ କୋରୁଆ ନରେନ୍ଦ୍ରପୁର ରାସ୍ତାର କଂଚିଲୋସ୍ଥିତ ହନୁମାନ ଛକରେ ତାଙ୍କୁ ପିଛା କରି ଏକ କଳା ପଲସରରେ ଆସୁଥିବା ୨ ଜଣ ଦୁର୍ବୃତ ତାଙ୍କୁ ଅଟକାଇଥିଲେ । ସେ ଅଟକିବା ମାତ୍ରେ ଦୁର୍ବୃତ ସୌଦାମିନୀଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେବା ସହିତ ତାଙ୍କ ବାଇକ୍ କୁ ଗୋଇଠା ମାରିଥିଲେ । ଫଳରେ ସୌଦାମିନୀ ଓ ତାଙ୍କ ସ୍ୱାମୀ ତଳେ ପଡ଼ିଯାଇଥିଲେ । ଦୁର୍ବୃତମାନେ ଫିଲିମ୍ ଷ୍ଟାଇଲ ରେ ଛିଣ୍ଡାଇ ନେଇଥିବା ସୁନା ହାରକୁ ରାସ୍ତାରେ ଦେଖାଇ ଦେଖାଇ ନରେନ୍ଦ୍ରପୁର ଆଡ଼କୁ ପଳାଇଯାଇଥିଲେ । ଏ ସମ୍ପର୍କରେ ସୌଦାମିନୀ କୋରୁଆ ଫାଣ୍ଡିରେ ପହଂଚି ଲିଖିତ ଏତଲା ଦେଇଥିଲେ । ଫାଣ୍ଡି ଅଧିକାରୀ ମହମ୍ମଦ ଜାମସେଦ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଦୁର୍ବୃତଙ୍କ ସମ୍ପର୍କରେ ବର୍ତମାନ ସୁଦ୍ଧା କୌଣସି ଟେର ମିଳିନାହିଁ । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *