Sunday , October 24 2021
Breaking News
Home / ବିଶେଷ / ସ୍ୱଛ ଭାରତ ଯୋଜନା ଦିଗହରା  –  ପାଟକୁରା ବଜାର ଆବର୍ଜ୍ଜନାମୟ  

ସ୍ୱଛ ଭାରତ ଯୋଜନା ଦିଗହରା  –  ପାଟକୁରା ବଜାର ଆବର୍ଜ୍ଜନାମୟ  

ଗରଦପୁର , ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)- ସ୍ୱଛ ଭାରତ ଯୋଜନା ପାଟକୁରାରେ ଦିଗହରା ହୋଇ ପଡିଥିବାର ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ପାଟକୁରା ସାପ୍ତାହିକ ହାଟ,ପାଟକୁରା ପଂଚାୟତ ପରିସର ମଧ୍ୟରେ କୁଢ କୁଢ ଅଳିଆ ଆବର୍ଜ୍ଜନା ପରିବେଷକୁ ଦୂଷିତ କରି ରଖିଛି । ପାଟକୁରା ସଦର ମହକୁମା ଠାରେ ପାଟକୁରା ଗ୍ରାମ ପଂଚାୟତ ଅଫିସ୍ କାର୍ଯ୍ୟ କରି ଆସୁଛି । ଏହି ପଂଚାୟତ ଅଫିସ୍ ପାଶ୍ୱର୍କୁ ଲାଗି ରହିଛି ଗ୍ରାମର ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର । ଅପରପାଶ୍ୱର୍ରେ ରହିଛି ପାଟକୁରାର ସାପ୍ତାହିକ ହାଟ । ଏହି ସାପ୍ତାହିକ ହାଟ ସପ୍ତାହରେ ଦୁଇ ଦିନ ହାଟପାଳି ବସେ । ଆଜି ପାଟକୁରାର ସାପ୍ତାହିକ ହାଟ ରହିଥିଲା । ବର୍ଷା ପାଣି ଏହି ହାଟ ମଧ୍ୟ ଦେଇ ପ୍ରବାହିତ ହୋଇଥିବାରୁ ହାଟ ପଡିଆରେ ଅଳିଆ ଆବର୍ଜ୍ଜନା ସହିତ ପଟୁମାଟି ମଧ୍ୟ ରହିଥିବାର ଦେଖାଯାଇଥିଲା । ଫଳରେ ହାଟରେ ବସୁଥିବା ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେହିପରି ପାଟକୁରା ପଂଚାୟତ ଅଫିସ୍ ସାମନାରେ ରହିଛି ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଇସ୍ ଓ ଓଭରହେଡ୍ ପାଣି ଟାଙ୍କି । ବର୍ଷା ଦିନମାନଙ୍କରେ ପଂଚାୟତ ଅଫିସ୍ କୁ ଲାଗି ରହିଥିବା ସ୍ଥାନରେ ବହୁ ପରିମାଣର ବର୍ଷା ପାଣି ଜମି ରହୁଛି । ନିଷ୍କାସନରେ ବହୁ ବିଳମ୍ବ ହେଉଥିବା ଯୋଗୁଁ ଦୀର୍ଘ ସମୟ ଧରି ବର୍ଷାର ଆବର୍ଜ୍ଜନା ପାଣି ଜମା  ହୋଇ ରହୁଥିବାରୁ ସମଗ୍ର ଅଂଚଳରେ ଆବର୍ଜ୍ଜନାମୟ ପରିବେଶ ସୃଷ୍ଟି ହେଉଛି । ଏଭଳି ପରିବେଶକୁ ନେଇ ଅଂଚଳର ବୁଦ୍ଧିଜିବୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସେହିପରି ବଜାରର ମୂଖ୍ୟ ରାସ୍ତା ପାଶ୍ୱର୍ରେ ମଧ୍ୟ କୁଢ କୁଢ ଅଳିଆ ଆବର୍ଜ୍ଜନା ପଡି ରହିଛି । ବର୍ଷା ଦିନରେ ସେଗୁଡିକ ପଚିସଢି ସେଥିରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏ ସମ୍ପର୍କରେ ପ୍ରଶାସନଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ପ୍ରକାଶ ଯେ,ପାଟକୁରା ପଂଚାୟତ ଅଫିସ୍ ରହିଥିବା ସ୍ଥାନ ହେଉଛି ଏକ ତଳିଆ ଅଂଚଳ ହୋଇଥିବାରୁ ଗ୍ରାମର ବର୍ଷା ପାଣି ଗଡି ଆସି ଏହି ସ୍ଥାନ ମାନଙ୍କରେ ଜମା ହୋଇ ରହିଥାଏ । ଏହି ସ୍ଥାନରୁ ବର୍ଷା ଜଳକୁ ନିଷ୍କାସିତ କରିବା ପାଇଁ ବିଗତ ଦିନରେ ଡ୍ରେନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କେକେତ ସ୍ଥାନରେ ଅସମ୍ପୂର୍ଣ୍ଣ ଭାବରେ ରହିଥିବାରୁ ବର୍ଷା ପାଣି ନିଷ୍କାସିତ ହେବାରେ ବିଳମ୍ବ ହେଉଛି । ନିର୍ମାଣ କରାଯାଇଥିବା ଡ୍ରେନ୍ ମଧ୍ୟରେ କୁଢ କୁଢ ଆବର୍ଜ୍ଜନା ପଡି ସେଗୁଡିକ ମଧ୍ୟ ଅନେକ ସ୍ଥାନରେ ପୋତି ହୋଇ ପଡିଲାଣି । ଏପରିସ୍ଥଳେ ଏକ ଆବର୍ଜ୍ଜନା ଓ ପୁତିମୟ ଗନ୍ଧ ପରିବେଶ ମଧ୍ୟରେ ପାଟକୁରା ପଂଚାୟତ ଅଫିସ୍ କାର୍ଯ୍ୟ ଚାଲୁଛି । ଏ ସମ୍ପର୍କରେ ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀଙ୍କୁ ପଚାରିବାରେ ସେ କହନ୍ତି ଯେ,ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପଂଚାୟତ ପ୍ରଶାସନ ବହୁବାର ଚେଷ୍ଟା କରି ଆସୁଛି । ମାତ୍ର ତାହା ସଫଳ ହୋଇ ପାରୁ ନ ଥିବାରୁ ମନରେ କ୍ଷୋଭ ପ୍ରକାଶ ପାଉଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *