Friday , October 29 2021
Home / ବିଶେଷ / ମୃତ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା

ମୃତ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା

ଗରଦପୁର, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ଗ୍ରାମର ମୃତ ଦୁଗ୍ଧ ଚାଷୀ ଗୌତମ ଦାସଙ୍କ ପରିବାରକୁ ପ୍ରଗତି ଦୁଗ୍ଧ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରକାଶଥାଉକି ବନ୍ତଳା ଗ୍ରାମର ଦୁଗ୍ଧ ଚାଷୀ ଗୌତମ ଗୋପାଳନ କରିବା ସହିତ ଦୁଗ୍ଧ ସଂଗ୍ରହ କରି ପ୍ରଗତି ଦୁଗ୍ଧ କମ୍ପାନୀକୁ ଦୁଗ୍ଧ ଯୋଗାଣ କରିଥାନ୍ତି । କିନ୍ତୁ ହୃଦ୍ ଘାତରେ ତାଙ୍କର ଆକସ୍ମିକ ମୃତୁ୍ୟ ହୋଇଥିବାରୁ କମ୍ପାନୀ ତରଫରୁ ତାଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ପ୍ରଗତି ଦୁଗ୍ଧ ଉତ୍ପାଦକ ସଂସ୍ଥାର ମୁଖ୍ୟ ପରିଚାଳକ କିଶୋର ଚନ୍ଦ୍ର ବେହେରା ଏକ ଲକ୍ଷ ଟଙ୍କାର ଚେକ୍ ତାଙ୍କର ପତ୍ନୀ ଉର୍ମିଳା ଦାସଙ୍କୁ ପ୍ରଦାନ କରିଥିଲେ । ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଉକ୍ତ ସଂସ୍ଥାର ଜଗସିଂହପୁର ଜିଲ୍ଲା ପରିଚାଳକ ସୌମ୍ୟଜିତ୍ ନାୟକ, ନିଶ୍ଚିନ୍ତକୋଇଲି ପରିଚାଳକ ରବିନ୍ଦ୍ର କୁମାର ପାତ୍ର, କ୍ଷେତ୍ର ପରିଦର୍ଶକ ବିଶ୍ୱଜିତ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଗତି ଦୁଗ୍ଧ ଉତ୍ପାଦକ ସଂସ୍ଥା ପକ୍ଷରୁ ମୃତ ପରିବାରକୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାରୁ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *