Monday , December 6 2021
Breaking News
Home / ବିଶେଷ / ମାର୍ଶାଘାଇ ଗୁଳିକାଣ୍ଡ: ଆଉ ଜଣେ ଅଭିଯୁକ୍ତ ଗିରଫ

ମାର୍ଶାଘାଇ ଗୁଳିକାଣ୍ଡ: ଆଉ ଜଣେ ଅଭିଯୁକ୍ତ ଗିରଫ

ମାର୍ଶାଘାଇ, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)- ମାର୍ଶାଘାଇ ଥାନା ଅନ୍ତର୍ଗତ ହାତିଆ ଗୁଳିକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ବ୍ରାହ୍ମଣୀଅଂଟାର ଯୁବ ବ୍ୟବସାୟୀ ଗଗନ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଇନଫର୍ମର୍ ମଣିକୁଣ୍ଡାର ସୂର୍ଯ୍ୟକାନ୍ତ ବାରିକ(୨୮)ଙ୍କୁ ଧରିବାକୁ ପୁଲିସ ତନାଘନା କରିଥିଲା । ମହାକାଳପଡ଼ା ଥାନା ଦେଉଳିପଡ଼ା ଭିଣୋଇ ଘରୁ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କାଡ଼ ଓ ମାର୍ଶାଘାଇ ପୁଲିସ ମିଳିତ ଭାବେ ଚଢଉ କରି ତାକୁ ଗିରଫ କରିଥିଲେ । ଏହି ଘଟଣାରେ ପୂର୍ବରୁ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୁଳିକାଣ୍ଡ ଘଟଣା ପରେ ସୂର୍ଯ୍ୟକାନ୍ତ ଫେରାର ହୋଇଯାଇଥିଲା । ପୁଲିସ ମୋବାଇଲ ଟ୍ରାକିଂ କରି ତାକୁ ଠାବ କରିଥିଲା । ମଙ୍ଗଳବାର ସୂର୍ଯ୍ୟକାନ୍ତଙ୍କୁ ପଚରା ଉଚରା ପରେ ମାର୍ଶାଘାଇ ପୁଲିସ ହାତରେ ଚାଂଚ ଲ୍ୟକର ସୂଚନା ମିଳିଛି । ଘଟଣାଦିନ ସୂର୍ଯ୍ୟକାନ୍ତ ଗଗନଙ୍କୁ ପିଛା କରିଥିଲା । ଗଗନ ଘରୁ ବାହାରିବା ଠାରୁ ଆରମ୍ଭ କରି ଶ୍ୟାମ ବଜାରରେ ଔଷଧ ଦୋକାନ ଆସିବା ଓ ଔଷଧ ଦୋକାନରୁ ହାତିଆ-ହଜାରି ଛକ ଦେଇ କେନ୍ଦ୍ରାପଡ଼ା ଯାଉଥିବା ରାସ୍ତାରେ ସୂର୍ଯ୍ୟକାନ୍ତ ଅନ୍ୟ ସହଯୋଗୀଙ୍କୁ ସମସ୍ତ ତଥ୍ୟ ଦେଇଥିବା ପୁଲିସ ଆଗରେ ପ୍ରକାଶ କରିଛି । ଏଥିସହ ଗଗନଙ୍କ ସାର୍ଟ, ପ୍ୟାନ୍ଟର ରଙ୍ଗ ଓ ବାଇକ୍ ବାବଦରେ ସମସ୍ତ ସୂଚନା ଦେଇଥିବା ପୁଲିସ ଆଗରେ ପ୍ରକାଶ କରିଛି । ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିବାକୁ ଏସପି ନୀତିଶେଖରଙ୍କ ନିର୍ଦ୍ଧେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ (ମାର୍ଶାଘାଇ ଆଇଆଇସି କାଳନ୍ଦୀ ବେହେରା, ସ୍ପେସାଲ୍ ସ୍ୱାଡ଼ର ଏସ୍ ଆଇ ପିକେ କାନୁନଗୋ, ଏସ୍ ଆଇ ଦେବାଶିଷ ପଣ୍ଡା ପ୍ରମୁଖ) ବିଭିନ୍ନ ସ୍ଥାନରେ ତଦନ୍ତ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୁଲିସ ପ୍ରକାଶ କରିଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *