Friday , October 29 2021
Home / ଶିକ୍ଷା / ମହାସିଂହପୁର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ଉଠ୍ ବସ୍ କରିବା ଘଟଣା :  ତଦନ୍ତ ପରେ ଶିକ୍ଷୟିତ୍ରୀ ନିଲମ୍ବିତ 

ମହାସିଂହପୁର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ଉଠ୍ ବସ୍ କରିବା ଘଟଣା :  ତଦନ୍ତ ପରେ ଶିକ୍ଷୟିତ୍ରୀ ନିଲମ୍ବିତ 

ସାଲେପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ଶିକ୍ଷାଜିଲ୍ଲା ଅଧିନ ମହାସିଂହପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଗତ ୭ ତାରିଖରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଲୋକପ୍ରଭା ପଟ୍ଟନାୟକ ରଚନା ଖାତା ନଦେଖେଇ ବାରୁ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୪ଶହ ଥର ଉଠ୍ ବସ୍ କରିଥିଲେ । ଏହି ଉଠ୍ ବସ୍ ଦଣ୍ଡ ଯୋଗୁ ଜଣେ ଛାତ୍ର ଅଚେତ୍ ହୋଇଯାଇଥିବା ବେଳେ ୯ଜଣ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଘଟଣା ଯୋଗୁ  ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣା ବିଷୟରେ ଗଣମାଧ୍ୟମରେ ଠୋସ୍ ପ୍ରମାଣ ସହ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ସାଲେପୁର ମଣ୍ଡଳ ଶିକ୍ଷାଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯିବା ପରେ ବି.ଇ.ଓ ପ୍ରେମଲତା ନାୟକ ଓ ଏବି.ଇ.ଓ ଜଗବନ୍ଧୁ ଶତପଥୀ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ ଘଟଣାର ସତ୍ୟତା ଥିବା ଜଣାପଡ଼ିଥିଲା । ପରେ ବି.ଇ.ଓ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟକୁ ପଠାଇଦେଇଥିଲେ । ଆଜି ଉଚ୍ଚ ଅଧିକାରୀଙ୍କ ନିଦ୍ଧେଶ ମତେ ସାଲେପୁର ମଣ୍ଡଳ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟର ଚିଠି ନଂ ୧୬୦୨ ତା.୨୩.୦୯.୨୦୧୯ରେ ଶିକ୍ଷୟିତ୍ରୀ ଆଲୋକପ୍ରଭା ପଟ୍ଟନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।  ନିଲମ୍ବନ ହେବାପରେ  ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କୁ ବଣହରା ହାଇସ୍କୁଲରେ କାର୍ଯ୍ୟକରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର …

Leave a Reply

Your email address will not be published. Required fields are marked *