ଗରଦପୁର, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ମଧୁଶାସନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ସମିତିର ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗରଦପୁର ବିଡିଓ ଧରଣୀଧର ବେହେରା, ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ହିମାଂଶୁ ଭୂଷଣ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଏମ୍.ବି.ବି.ଏସ୍ ଡାକ୍ତର, ଝାଡୁଦାର ନଥିôବାରୁ ଏହି ପଦବୀ ପୂରଣ ନିମନ୍ତେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଚତୁଃପାଶ୍ୱର୍ରେ ପରିବେଶ ସୁରକ୍ଷା ନିମନ୍ତେ ଚାରାରୋପଣ କରିବା ଏବଂ ରବିବାର ଦିନ ଯୋଗ ଶିକ୍ଷା କରାଯିବା ପାଇଁ ସ୍ଥିର କରାଯାଇଥିଲା । ପ୍ରତି ସପ୍ତାହରେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପରିଦର୍ଶନ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଏପରିକି ମଧୁମେହ, କର୍କଟ, ରକ୍ତଚାପ ଇତ୍ୟାଦିର ପରୀକ୍ଷା ଏଠାରେ ଆରମ୍ଭ କରାଯାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ପ୍ରଜ୍ଞାଶ୍ରୀ ସାହୁ, ସଭ୍ୟ ନିରୋଜ ନଳିନୀ ଦାସ, ଶୁଭ୍ରାନ୍ତ କୁମାର ମହାନ୍ତି, ରୀତିକା ମଲ୍ଲିକ, ରେଣୁବାଳା ନାୟକ, ପ୍ରମୋଦ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲାବେଳେ ଫାର୍ମାସିଷ୍ଟ ଦୀପକ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
