Tuesday , October 26 2021
Breaking News
Home / ବିଶେଷ / ପାରାଦ୍ୱୀପରେ ଏନସିସି ଓ ରୋଟାରୀ କ୍ଳବର ମିଳିତ ସଫେଇ କାର୍ଯ୍ୟକ୍ରମ

ପାରାଦ୍ୱୀପରେ ଏନସିସି ଓ ରୋଟାରୀ କ୍ଳବର ମିଳିତ ସଫେଇ କାର୍ଯ୍ୟକ୍ରମ

ପାରାଦ୍ୱୀପ,୨୫/୦୯/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ଠାରେ ୭ଦିନ ବ୍ୟାପି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଶାନ୍ତି ଶୃଙ୍ଖଳାର  ସହିତ ଶେଷ ହୋଇଛି । ଲକ୍ଷାଧିକ ଜନସମାଗମ ହେତୁ ଅନୁଷ୍ଠିତ ହୋଇଥିବା ପୂଜାସ୍ଥଳ ଓ ତତ୍ ସଂଲଗ୍ନ ରାସ୍ତାଗୁଡିକରେ ଅଳିଆ ଆବର୍ଜନାରେ ର୍ଭତୀ ହୋଇଥାଏ । ତେବେ ଏସବୁକୁ ସ୍ଥାନୀୟ ପୌର ପ୍ରଶାସନ ତରଫରୁ ଦୈନିକ ସଫେଇ କରାଯାଇଥାଏ । ତେବେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ମହାବିଦ୍ୟାଳୟ ନାଭାଲ ଉଇଙ୍ଗ୍ ଏନସିସି ଓ ପାରାଦ୍ୱୀପ ରୋଟାରୀ କ୍ଳବ ମିଳିତ ଆନୁକୁଲ୍ୟରେ ସୋମବାର ଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଶ୍ୱକର୍ମା ପୂଜା ହେଉଥିôବା ଅଂଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଏହି ସଫେଇ କାର୍ଯ୍ୟ ଜୟଦେବ ସଦନ ପଡିଆ ଓ ବ୍ୟାଙ୍କ ଛକ ଠାରୁ କମଳା ସିନେମା ହଲ ପର୍ଯ୍ୟନ୍ତ ରାସ୍ତାଘାଟକୁ ସଫେଇ କରିବା ସହ ବ୍ଳିଚିଙ୍ଗ ପାଉଡର ସିଂଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରାଦ୍ୱୀପ ମହାବିଦ୍ୟାଳୟ ଏନସିସି ଅଫିସର ଲେଫନାଂଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ହୋଇଥିôବା ବେଳେ ଏଥିରେ ବହୁ ସଂଖ୍ୟାରେ ଏନସିସି କ୍ୟାଡେଟ୍ ଓ ରୋଟାରୀ କ୍ଳବର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ କୈଳାସ ଚନ୍ଦ୍ର ମହାରଣା, କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁ, ଅଧ୍ୟାପକ ଗଣେଶ୍ୱର ପାତ୍ର, ଇଂ.ଦୀପକ ଷଡଙ୍ଗି ପ୍ରମୁଖ ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *