ତିର୍ତୋଲ,୨୫/୦୯/୨୦୧୯ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା କଂଗ୍ରେସ ଉପସଭାପତି ତଥା ଝଙ୍କଡ ମା ଶାରଳାଙ୍କ ସେବାୟତ ସ୍ୱର୍ଗତ ନାରାୟଣ ପ୍ରସାଦ ରାଉଳଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଝଙ୍କଡ ଶାରଳା ମନ୍ଦିର ଦୋଳବେଦୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଂଚ ବିଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ବକ୍ତା ମାନେ ସ୍ୱର୍ଗତ ରାଉଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜଣେ ମିଷ୍ଟ ଭାଷୀ ଓ ପରୋପକାରୀ ବ୍ୟକ୍ତିଙ୍କୁ ଝଙ୍କଡ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ବିଷ୍ଣୁଚରଣ ମୁଦୁଲି, ଶିକ୍ଷାବିତ ଗୋଲୋକ ବିହାରୀ ପଲାଇ, ଜିଲା କଂଗ୍ରେସ ସଭାପତି ନଟବର ବାରିକ, ପ୍ରଦେଶ କଂଗ୍ରେସ ଅନୁସୂଚିତ ସେଲ ର ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ନିତ୍ୟାନନ୍ଦ ଜେନା, ଡଃ ପିତାମ୍ବର ରାଉତ, ଡା. ବିମଳଚନ୍ଦ୍ର ଦାଶ, ମହେଶ ଚନ୍ଦ୍ର ମହାନ୍ତି,ବାସବ ନନ୍ଦ, ରଞ୍ଜନ ପଣ୍ଡା, ଅନନ୍ତ ସାହୁ, ବସନ୍ତ ସେଠୀ, ଧନଞ୍ଜୟ ସୂତାର, ଅମରଜ୍ୟୋତି ସାହୁ, ବରଦା ପ୍ରସନ୍ନ ରାଉତ, ଶରତ ମଲ୍ଲ, ଡା. କ୍ଷୀରୋଦ କୁମାର ମଲ୍ଲିକ, ଇଂ ବେଦଦ୍ୟୁତି ପୃଷ୍ଟି, ସମିତି ସଭ୍ୟ ଅଜୟ ରାଉଳ, ବ୍ରଜକିଶୋର ମଲ୍ଲିକ, ରମାକାନ୍ତ ରାଉଳ,ନିତ୍ୟାନନ୍ଦ ନାୟକ, ତ୍ରୀଲୋଚନ ରାଉଳ, ବସନ୍ତ ମହାପାତ୍ର, କମଳାକାନ୍ତ ମହାନ୍ତି, ସୁବାସ ଚନ୍ଦ୍ର ମହାନ୍ତି, ଗୁରୁଚରଣ ବ୍ରହ୍ମ, ଅରୁଣ ଜେନା, ଅରୁଣ ମହାପାତ୍ର, ସଚ୍ଚିଦାନନ୍ଦ ନାୟକ, ଗୁରୁଚରଣ ବ୍ରହ୍ନ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ରାଉଲଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର