ସାଲେପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ଥାନା ଅଧିନ ପିକୋଳ ପଂଚାୟତ ଚାରିମାଣିଆ ବଜାରରେ ଥିବା ଶ୍ରୀରାମ ଜୁଏଲାରୀ ଅଳଙ୍କାର ରିପ୍ୟାରିଂ ଦୋକାନରୁ ଦୋକାନୀକୁ ଅଚେତ କରାଇ ଲୁଟେରାମାନେ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ସାଲେପୁର ଥାନାରେ ଦୋକାନୀର ଦାଦା ତରୁଣ କୁମାର ସାହୁ ଏତାଲା ଦାଏର କରିଛନ୍ତି । ଏତାଲାରୁ ପ୍ରକାଶ ସାଲେପୁର କୁଆଁପାଳ ରାସ୍ତାର ପିକୋଳ ପଂଚାୟତର ଚାରିମାଣିଆ ବଜାରରେ ପିକୋଳ ଗ୍ରାମର ବାସିନ୍ଦା ଅଜୟ କୁମାର ସାହୁ (୩୮)ଙ୍କର ଶ୍ରୀରାମ ଜୁଏଲାରୀ ନାମରେ ଏକ ଅଳଙ୍କାର ବିକ୍ରୀ ଓ ରିପ୍ୟାରିଂ ଦୋକାନ ଅଛି । ଗତକାଲି ଅପରାହ୍ନ ୩ଟା ବେଳେ ଦୋକାନ ଭିତରେ ଅଜୟ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ଦୋକାନରେ ଥିବା ଅଳଙ୍କାର ଓ ଟଙ୍କା ଲୁଟ୍ ,ହୋଇଥିବା ଜଣାପଡ଼ିଥିଲା । ଅଜୟକୁ ତୁରନ୍ତ ଚିକିସôା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇ ଚିକିସôା କରାଯାଇଥିଲା । ଆଜି ଅଜୟଙ୍କ ଦାଦା ତରୁଣ କୁମାର ସାହୁ ଲୁଟ୍ ଘଟଣା ବିଷୟରେ ସାଲେପୁର ଥାନାରେ ଏତାଲା ଦେବା ପରେ ସାଲେପୁର ଥାନା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ୍ ଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ୍ ଅଫିସର ରାଉତ ବାବୁ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ଅପରପକ୍ଷେ କଟକ ବଡ଼ ମେଡ଼ିକାଲରେ ଚିକିସôିତ ହେଉଥିବା ଅଜୟଙ୍କର ଚେତା ଫେରିଥିଲେ ମଧ୍ୟ ଠିକ୍ ଭାବେ କଥା କହି ପାରୁନାହାନ୍ତି । ଥଣ୍ଡା ପାନୀୟରେ ଉତ୍କଟ ନିଶା ଓ୍ୟ÷ଷଧ ଦେଇ ଅଜୟଙ୍କୁ ଅଚେତ କରାଯାଇଥିବା ଅନୁମାନ କରାଯାଉଛି । ଅଜୟ ଠିକ୍ ଭାବେ କଥାବାର୍ତା କଲେ ଘଟଣାର ସଠିକ୍ ତଥ୍ୟ ମିଳିପାରିବ ବୋଲି ପୋଲିସ୍ ପ୍ରକାଶ କରିଛି । ଓଡ଼ିଶା ସମାଚାର