କେନ୍ଦ୍ରାପଡା, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)- ସ୍ଥାନୀୟ ଟାଉନହଲରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସମର୍ଥ ବର୍ମା ଏହି ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ବିଚାରପତି କୁଞ୍ଜବିହାରୀ ସାହୁ ମୁଖ୍ୟ ଅତିଥି ଓ ପୌରସଂସ୍ଥ। ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଶିବିରରେ ଏକଶହରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହିଭଳି ପ୍ରତିମାସରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାପାଇଁ ଜିଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର