Wednesday , October 4 2023
Breaking News
Home / ଶିକ୍ଷା / ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗର ସ୍ୱାଗତ ଉତ୍ସବ

ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗର ସ୍ୱାଗତ ଉତ୍ସବ

ଗରଦପୁର, ୨୫/୦୯/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର କୋରୁଆ ସ୍ଥିତ ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗ ସମ୍ମାନ ଶ୍ରେଣୀର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ବିମ୍ବାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ. ବସନ୍ତ ବେଦବ୍ରତ, ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଅକ୍ଷୟ କୁମାର ଜେନା ଯୋଗଦାନ କରି ଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ, ଉତମ ଚରିତ୍ର ଗଠନ ସହିତ ବିଭିନ୍ନ ହିତ ଉପଦେଶ ଦେଇଥିଲେ । ଆୟୋଜିତ ସଭାର ପ୍ରାରମ୍ଭରେ ପ୍ରଦୀପ ପ୍ର୍ରଜ୍ଜ୍ୱଳନ, ଦେଶାତ୍ମବୋଧ ସଂଗୀତ ଗାନ କରାଯାଇଥିଲା । ତତ୍ପରେ ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରୀମାନେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ସଭାରେ ଅଧ୍ୟାପକ ଅନାଦି ଚରଣ ବେଉରା, ବିଭୂତି ଭୂଷଣ ମଲ୍ଲିକ, ଗୌରାଙ୍ଗ ଚରଣ ସାହୁ, ସରୋଜକାନ୍ତ ଖୁଂଟିଆ, ପ୍ରସନ୍ନଜିତ୍ ନାୟକ, ଅଧ୍ୟାପିକା ସ୍ମୃତିରେଖା ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରିଥଲେ । ସର୍ବଶେଷରେ ଓଡିଆ ବିଭାଗର ଅଧ୍ୟାପିକା ଉର୍ବଶୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *