Wednesday , June 29 2022
Breaking News
Home / ବିଶେଷ / ଗଣଦୁଷ୍କର୍ମ ଘଟଣାରଖୁଲାସା, ଅଭିଯୁକ୍ତମାନେ ଗିରଫ

ଗଣଦୁଷ୍କର୍ମ ଘଟଣାରଖୁଲାସା, ଅଭିଯୁକ୍ତମାନେ ଗିରଫ

କଳାହାଣ୍ଡି, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- କଳାହାଣ୍ଡିରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମମାମଲାର ଖୁଲାସାକରିଛି କଳାହାଣ୍ଡି ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ ପି ବାତୁଲ ।ଗଙ୍ଗାଧର ଜୁନାଗଡ ଥାନାରେ ଅଭିଯୁକ୍ତମାନେ ଧରା ପଡିଥିବାନେଇ ସୂଚନା ଦେଇଛନ୍ତି । ଗତ ଦୁଇ ଦିନ ତଳେ ଜୁନାଗଡ ବ୍ଳକ ଘନଜଙ୍ଗଲରେ ଜଣେ ଯୁବତୀକୁ ଗଣ ଦୁଷ୍କର୍ମ ହୋଇଥିଲା । କଳାହାଣ୍ଡି ଏସ୍ ପି ନିଜେ ତଦନ୍ତ ଭାର ନେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ରଣନିତି କରିଥିଲେ । ଯୁବତୀକୁ ଲିଫ୍ଟ ଦେଇ ନେଇଥିବା ପ୍ରଥମ ଅଭିଯୁକ୍ତ ନରେନ୍ଦ୍ର ଶବରକୁ ପଚରାଉଚୁରା ସହ ପିଡିତା ଯୁବତୀଙ୍କ ବୟାନକୁ ଆଧାର କରି ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଗୋପନୀୟସ୍ଥାନରେ ତଦନ୍ତ କରିବା ପରେ ଗଣ ଦୁଷ୍କର୍ମରେ ୬ ଜଣ ଓ ଭିଡିଓ ଭାଇରାଲ କରିଥିବା ୩ ଜଚ୍ଚଙ୍କୁ ଗିରଫ କରିଛି । ଏ ବିଷୟରେ ଏସ୍ ପି ବାତୁଲା ଗଙ୍ଗାଧର ସମ୍ପୁର୍ଣ୍ଣ ଘଟଣାର ତଥ୍ୟ ଗଣମାଧ୍ୟମ ଆଗରେ ଉନ୍ମୋଚନ କରିଛନ୍ତି । ପୋଲିସ କେସ ନଂ. ୨୨୪ ତା.୨୩.୦୯.୨୦୧୯, ୟୁ/ଏସ୍- ଡି/୨୯୨ (୨) (ଏ) ୫୦୦/୫୦୯/୫୦୬/୩୪ ଆଇପିସି ଧାରା ୬୯/୬୭ (ଏ) ଆଇଟି ଧାରାରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏହି ଘଟଣାରେ ଦୁଷ୍କର୍ମକାରୀ ଅଭିଯୁକ୍ତ ଅମିତ ନାଏକ (୩୦), ପ୍ରକାଶ ନାଏକ (୨୨), ସନଟା ନାଏକ (୨୪), ଅନିରୁଦ୍ଧ ଛତ୍ରିଆ (୨୫), ଲାବନ୍ୟ ଛତ୍ରିଆ (୨୩) ଓ ଜଣେ ନାବାଳକ (୧୬)ସାମିଲ ରହିଥିବାବେଲେ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ବିନୋଦ ନାଏକ (୩୨), ଟିକେମନି ପୋଡ (୩୨), ସ୍ୱୟମ୍ବର ବାଗ (୩୦)ସଂପୃକ୍ତ ଥିବାନେଇ କଳାହାଣ୍ଡି ଏସ୍ ପି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ସିଆରପିଏଫ ଯବାନ

ବାଲିଗୁଡ଼ା,୨୯/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଂଚଳରୁ …

Leave a Reply

Your email address will not be published. Required fields are marked *