Friday , September 22 2023
Breaking News
Home / ଶିକ୍ଷା /   ଅଧ୍ୟାପକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା 

  ଅଧ୍ୟାପକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା 

ରଘୁନାଥପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ଓଡ଼ିଆ ବିଭାଗର ଅଧ୍ୟାପକ ଶାନ୍ତନୁ କୁମାର ଦାସଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅବସରକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ  ଡ଼ିଗ୍ରୀ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ଏକ ବୋଝ ନୁହେଁ , ଏହା ଚିରନ୍ତନ ଏକ ପ୍ରକି୍ରୟା ବୋଲି ମତ ରଖିଥିଲେ । ଏହା ପ୍ରତ୍ୟେକଙ୍କ କ୍ଷେତ୍ରରେ ଦିନେ ନା ଦିନେ ଆସିବ । ଅବସର ପରେ ବାକି ଜୀବନ ସମାଜିକ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ସେ ମତ ଦେଇଥିଲେ ।  ସେହିପରି ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ  ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସର  ହିମାଳୟ ଠାରୁ ଅଧିକ ଓଜନ ବୋଲି ମନ୍ତବ୍ୟ ରଖିବା ସହ ଓଡ଼ିଆ ଅଧ୍ୟାପକ ଶ୍ରୀ ଦାସ ସଦା ସର୍ବଦା ଆମ ହୃହୟ ମଧ୍ୟରେ ରହିବେ ବୋଲି ପ୍ରକାଶ କରିଥିଲେ ।  ମଂଚାସୀନ ଅଧ୍ୟାପକ ଭଗବାନ ଦାସ, ମୋହନ ରାଉତରାୟ,  ଅଜିତ ଭୂୟାଁ, ରବିନ୍ଦ୍ର ଓଝା, ଶରତ ଚନ୍ଦ୍ର ମହାନ୍ତି, ଅଭୟ ମହାରଣା ପ୍ରମୁଖ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ଦାସଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଶ୍ରୀ ଦାସ ନିଜ ବକ୍ତବ୍ୟରେ ନିଜ କୋହ ସମ୍ବରଣ କରିନପାରି ଛାତ୍ର ଛାତ୍ରୀଙ୍କୁ ଆଶିର୍ବାଦ ଦେବା ସହ ନିଜ ବନ୍ଧୁ ମାନଙ୍କ ଦିଗଦର୍ଶନରେ କଲେଜ ଅଧିକ ରୁ ଅଧିକ ଉନ୍ନତି ଆଶା କରିଥିଲେ ।  ଏହି ଅବସରରେ ଅବସରଗ୍ରହଣ କରୁଥିବା ଅଧ୍ୟାପକଙ୍କୁ ଉତରୀୟ ଓ ଅନ୍ୟାନ୍ୟ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମିଟୁ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *