Friday , October 22 2021
Breaking News
Home / ତାଜା ଖବର / ସମ୍ବଲପୁର : କମେଂଟ ମରାରୁ ଡ଼ବଲ ମର୍ଡ଼ର

ସମ୍ବଲପୁର : କମେଂଟ ମରାରୁ ଡ଼ବଲ ମର୍ଡ଼ର

ସମ୍ବଲପୁର,୨୪/୦୯/୨୦୧୯( ଓଡ଼ିଶା ସମାଚାର)- ଯୁଯୁମରା ଥାନା ଅଂଚଳରେ  କମେଂଟମରାରୁ ଡ଼ବଲ ମର୍ଡ଼ର  ଘଟଣା ଘଟିଯାଇଛି । ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରିମାଲ  ରେ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ହାଣି ହତ୍ୟା କରାଯାଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଛି । ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କର ଗୋଟିଏ ଗୋଡ଼କୁ ନୃସଂଶ ଭାବେ କାଟିଦେଇଛନ୍ତି । ତାଙ୍କୁ ମଧ୍ୟ ରାତିରେ ସଙ୍କଟାପନ୍ନ ଅବସ୍ଥାରେ  ବୁର୍ଲା ହସପିଟାଲ ରେ ଭର୍ତି କରାଯାଇଛି । ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଭାଇ ହେଉଛନ୍ତି ଭଣ୍ଡାରିମାଲ ତଳିପଡ଼ାର ଶକ୍ତିଭୁଷଣ କୁମରା (୩୫) ଓ ଅରବିନ୍ଦ କୁମରା (୨୫) ।  ଆହତ ମାନେ ହେଉଛନ୍ତି ମୃତକଙ୍କ ଭାଇ ବିଭୂତି ଭୁଷଣ କୁମରା , ସମ୍ପର୍କିୟ ନନ୍ଦଲାଲ ଭୋଇ । ଅନ୍ୟ ଜଣେ ଆହତଙ୍କ ପରିଚୟ ଆମ୍ଭର ହସନ୍ତଗତ ହୋଇନାହିଁ ।  ଜଣେ ଝିଅକୁ କମେଂଟ କରାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଗତକାଲି ରାତି ପ୍ରାୟ ୯ ଟାରେ ଏହି ଘଟଣା ଘଟିଛି । ଖବର ପାଇ ଅତିରିକ୍ତ ଏସପି ପିକେ ମହାପାତ୍ର,ରେଢ଼ାଖୋଲ ଏସଡ଼ିପିଓ ହାଡ଼ିବନ୍ଧୁ ସ୍ୱାଇଁ , ଯୁଯୁମରା ଥାନା ଅଧିକାରୀ ରୀନା ବେହେରା ଘଟଣାସ୍ଥଳରେ ପହଂଚିଛନ୍ତି । ମୃତ ଦେହ ଗୁଡ଼ିକ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି । ଗ୍ରାମରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଜଣେ ଝିଅକୁ ତଳପଡ଼ାର ଯୁବକ କମେଂଟ ମାରିବାକୁ ନେଇ ସମ୍ପୃକ୍ତ ଝିଅର ପରିବାର ଓ ସମ୍ପର୍କିୟ ତଳପଡ଼ା ଯାଇ କମେଂଟମରା ସମ୍ପର୍କରେ ପଚାରିଥିଲେ । କିନ୍ତୁ ସେତେବେଳେ କମେଂଟ ମାରିଥିବା ଯୁବକମାନେ ନଥିବାରୁ ଗାଁ ଦାଣ୍ଡରେ ପାଟିତୁଣ୍ଡ କରି ସନ୍ଧ୍ୟା ବେଳକୁ ଦେଖିନେବେ ବୋଲି ଧମକ ଦେଇ ଚାଲିଯାଇଥିଲେ । ପରେ ସନ୍ଧ୍ୟାରେ  ସେମାନେ ଟାଙ୍ଗିଆ ଓ ଅନ୍ୟାନ୍ୟ ଅସ୍ତ୍ର ଧରି ପ୍ରସ୍ତୁତ ହୋଇ ପୁଣି ଯାଇ ତଳସାହିରେ ପହଂଚି ଗଣ୍ଡଗୋଳ ଆରମ୍ଭ କରିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇ ଅସ୍ତ୍ର ଶସ୍ତ୍ର ଧରି ଆସିଥିବାରୁ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଶେଷରେ  ଏହା ହତ୍ୟା କାଣ୍ଡରେ ପରିଣତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *