ନାଉଗାଁ, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର /ଲିଲନ ପ୍ରଭା ପାଢୀ)- ନାଉଗାଁ ବ୍ଲକରେ ଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ନାଉଗାଁ ବ୍ଳକର ସଚେତନ ଜନସାଧାରଣ ଗତ ରବିବାର ସୂର୍ଯ୍ୟମଣ୍ଡପ ଠାରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି. ।ଏହି ଦାବିପତ୍ରକୁ ବ୍ଳକର ଅଶୋକ କୁମାର ରାଉତ,ଚନ୍ଦନ କୁମାର ଦାସ,ଅଲେଖ ମଲିକ,ନିରାକାର ମହାଜନ ଆଦି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଲିଖିତ ଭାବେ ପ୍ରଦାନ କରିଥିଲେ । ସେମାନଙ୍କ କହିବା ମୁତାବକ ଶିତଳ ଭଣ୍ଡାର ନଥିବାରୁ ଉକ୍ତ ଅଂଚଳର ଚାଷିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଧାନ ଓ ମୁଗ ମିଲ ନଥିବାରୁ ଉକ୍ତ ଅଂଚଳରେ ଉପôାଦିତ ହେଉଥିବା ଧାନ ଓ ମୁଗକୁ ଚାଷି ଅଭାବି ଦରରେ ବିକ୍ରିକରୁଛି । ତେଣୁ ଚାଷିମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶିତଳଭଣ୍ଡାର ଓ ଧାନ ମୁଗ ମିଲ ପ୍ରତିଷ୍ଠା କରିବାକୁ ଦାବିପତ୍ରରେ ଦର୍ସାଯାଇଛି । ସେହିପରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରେ ହୃଦ୍ ରୋଗୀ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ହୃଦ୍ ବିଭାଗରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗଇବା ପାଇଁ ମଧ୍ୟ ଦାବି କରିଛନ୍ତି । ଓଡ଼ିଶା ସମାଚାର
Check Also
ଜଳସେଚନ ଜମି ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ନେଇ ଚିନ୍ତାରେ ଚାଷୀକୂଳ
କେନ୍ଦ୍ରାପଡ଼ା,୨୩/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଜନତା …