ନାଉଗାଁ, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର /ଲିଲନ ପ୍ରଭା ପାଢୀ)- ପଂଚାୟତ ପୋଖରୀ ଯୋଜନାରେ ମତ୍ସ୍ୟ ଚାଷ ନିମନ୍ତେ ଜଗତସିଂହପୁର ଓ ନାଉଗାଁ ବ୍ଲକର ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ନେଇ ଜିଲ୍ଲା କୃଷି ସୂଚନା କେନ୍ଦ୍ର ଠାରେ ଏକ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଗତସିଂହପୁର ବିଡିଓ ଲଗ୍ନଜିତ ରାଉତ, ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ, କୃଷି ଉପନିର୍ଦ୍ଧେଶକ ଅଭିକ ନାରାୟଣ, ୱାର୍ଲଡଫିସ ଉପଖଣ୍ଡ ପରିଚାଳକ ସୌରଭ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମହିଳା ମାନଙ୍କୁ ପାଣିର ଗୁଣବତା ପରିକ୍ଷଣ ପାଇଁ ଯନ୍ତ୍ର ପ୍ରଦାନ କରାଯିବା ସହ କୌଶଲ୍ୟାଗଙ୍ଗସ୍ଥିତ ମଧୁର ଜଳଜୀବ ପାଳନ ପ୍ରତିଷ୍ଠାନ (ସିଫା) ଓ ରାଜ୍ୟ ମତ୍ସ୍ୟଫାର୍ମ ପଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ରଂଜିତ କୁମାର ରାଉତ, ଶିଶିର କୁମାର ରାଉତ, ଦେବୀପ୍ରସାଦ କାନୁନଗୋ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର