Friday , September 29 2023
Breaking News
Home / କ୍ରୀଡ଼ା / ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଶିକ୍ଷାର୍ଥୀଙ୍କ ପାଇଁ ଦ୍ୱିତୀୟ କେବିକେ ଆନ୍ତଜିଲ୍ଲା ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଶିକ୍ଷାର୍ଥୀଙ୍କ ପାଇଁ ଦ୍ୱିତୀୟ କେବିକେ ଆନ୍ତଜିଲ୍ଲା ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ

–           ଏହି ପ୍ରତିଯୋଗୀତା ରେ ମାଲକାନଗିରି, ବଲାଙ୍ଗୀର, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲା ମାନଙ୍କରୁ ୪୪ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।

–           ଝିଅମାନଙ୍କୁ ତୀରନ୍ଦାଜରେ ପ୍ରୋସôାହିତ କରିବା ପାଇଁ ପ୍ରଥମ ଥର ଝିଅ ମାନଙ୍କ ପାଇଁ ଏକ ମ୍ୟାଚର ଆୟୋଜନ କରାଯାଇଥିଲା ।

ଲାଞ୍ଜିଗଡ, କଳାହାଣ୍ଡି ୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ ୟୁନିଟ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଆନ୍ତଜିଲ୍ଲା ତୀରନ୍ଦାଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ପ୍ରତିଯୋଗୀତା ରେ ମାଲକାନଗିରି, ରାୟଗଡା, ବଲାଙ୍ଗୀର ଏବଂ  କଳାହାଣ୍ଡି ଇତ୍ୟାଦି ଜିଲ୍ଲା ମାନଙ୍କରୁ ୪୪ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ ଏବଂ ଯେଉଁଥିରେ ଜୁନିୟର ଲେଭଲ୍ ଙ୍କ ପାଇଁ ୩୦ ମିଟର ଓ ୪୦ ମିଟର ଏବଂ ସବ୍ ଜୁନିୟର ଲେଭଲ୍ ଙ୍କ ପାଇଁ ୨୦ ମିଟର ଓ ୩୦ ମିଟର ଧାର୍ଯ୍ୟ କରାଯାଇଥିଲା । କଳାହାଣ୍ଡି ତଥା ଏହାର ଆଖପାଖ ଅଂଚଳରେ  ତୀରନ୍ଦାଜ କ୍ରୀଡା କୁ ପ୍ରସାରିତ କରିବା ଉଦ୍ଧେଶ୍ୟରେ ଝିଅ ମାନଙ୍କ ପାଇଁ ଏକ ମ୍ୟାଚ୍ର ଆୟୋଜନ ମଧ୍ୟ କରାଯାଇଥିଲା ।

ଏହି ଅବସରରେ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ ୟୁନିଟର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶ ମୋହନ କହିଛନ୍ତି ଯେ, ଏହି ପ୍ରକାର ପ୍ରତିଯୋଗୀତା ଆୟୋଜନ ଦ୍ୱାରା ଅଂଚଳରେ ଥିବା ଯୁବ ପ୍ରତିଭା ମାନଙ୍କୁ ଆଗକୁ ବଢିବାକୁ ଉସôାହିତ କରିବ । ଏହି ତୀରନ୍ଦାଜ ପ୍ରତିଯୋଗୀତା ଏମିତି ଏକ ମଂଚ ଅଟେ  ଯେଉଁଠି ପ୍ରତିଭା ମାନେ ନିଜ ଦକ୍ଷତାର ପରିପ୍ରକାଶ କରିପାରିବେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଆମେ ବେଶ ଆନନ୍ଦିତ ଏବଂ ଏହା ଦ୍ୱାରା ଆମର ଗୋଷ୍ଠୀ  ସଂପ୍ରଦାୟଙ୍କ ପ୍ରତି ଥିବା ପ୍ରତିଶୃତିବଦ୍ଧତା କୁ ମଧ୍ୟ ପୁରଣ କରିବା ପାଇଁ ସମର୍ଥ ହେବୁ ।

ମେଡାଲ ସହିତ ବିଜେତା ମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗୀତାରେ ଜିଲ୍ଲା ସରକାରୀ ଅଧିକାରୀ, ୟୁଥ କ୍ଲବ୍ ସଦସ୍ୟ, ମତକାରି, ବିଦ୍ୟାଳୟ କମିଟି ସଭ୍ୟ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏବଂ ବେଦାନ୍ତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

 ୨୦ ମିଟର ସବ୍-ଜୁନିୟର ଲେଭଲ ର ବିଜେତା  ମାନେ ହେଲେ- ମିଥୁନ ନାଏକ, କଳାହାଣ୍ଡି, ନକୁଳ ବଡନାୟକ, ମାଲକାନଗିରି ଓ ରାଜୁ ନାୟକ, ମାଲକାନଗିରି ଏବଂ ୩୦ ମିଟର ସବ୍-ଜୁନିୟର ଲେଭଲ ର ବିଜେତା  ମାନେ ହେଲେ-ରତ୍ନ ମାଝୀ, କଳାହାଣ୍ଡି, ନିତ୍ୟାଲିୟାନ ମଲ୍ଲିକ, କଳାହାଣ୍ଡି ଓ ସଂନ୍ଦ୍ରା ଦାସ ମାଲକାନଗିରି ସେହିପରି  ୩୦ ମିଟର ଜୁନିୟର ଲେଭଲ ର ବିଜେତା  ମାନେ ହେଲେ ହମବିରା ତିରିଆ, ବଲାଙ୍ଗୀର, ପୁରୁଷୋତମ ମୁଣ୍ଡା କଳାହାଣ୍ଡି ଓ ମାନସ ପଟମାଂଜି, କଳାହାଣ୍ଡି ଏବଂ ୪୦ ମିଟର ଜୁନିୟର ଲେଭଲ ର ବିଜେତା  ମାନେ ହେଲେ ହମବିରା ତିରିଆ, ବଲାଙ୍ଗୀର, ଦିବ୍ୟ ରଂଜନ ମୁଣ୍ଡା ବଲାଙ୍ଗୀର ଓ ପୁରୁଷୋତମ ମୁଣ୍ଡା, କଳାହାଣ୍ଡି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *