Monday , October 18 2021
Breaking News
Home / ବିଶେଷ / ବାଚସ୍ପତିଙ୍କ କାମ୍ପାଲା ଯାତ୍ରା

ବାଚସ୍ପତିଙ୍କ କାମ୍ପାଲା ଯାତ୍ରା

ଭୁବନେଶ୍ୱର,୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଉଗାଣ୍ଡାର ରାଜଧାନୀ କାମ୍ପାଲା ଅଭିମୁଖେ ଯାତ୍ରା କରିଛନ୍ତି । ଡଃ ପାତ୍ର ସେଠାରେ ଚଳିତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହାପରେ ସେ ଅଧ୍ୟୟନ ଗୃରେ ହେଙ୍ଗରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଯାତ୍ରା କରିବେ । ଅକ୍ଟୋବର ୭ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ମଧ୍ୟ ଗସ୍ତରେ ଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *