Sunday , October 1 2023
Home / ବିଶେଷ / ନିଖୋଜ  ଯୁବକର ଶବ ଉଦ୍ଧାର

ନିଖୋଜ  ଯୁବକର ଶବ ଉଦ୍ଧାର

ସାଲେପୁର, ୨୪/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ବ୍ଲକ୍ ପାଗା ଫାଣ୍ଡି ଅଧିନ ପଶ୍ଚିମକଚ୍ଛ ପଂଚାୟତ ସାତବାଟିଆ ଗ୍ରାମର ଚନ୍ଦ୍ରମଣୀ ସାମଲଙ୍କ ଜ୍ୱାଇଁ ଟୁନା ମଲ୍ଲିକ (୩୫) ସପତ୍ନିଙ୍କ ଖୁଦୁରୁକୁଣି ମେଲଣ ଦେଖିବା ପାଇଁ ଗତ ୨୦ ତାରିଖ ଦିନ ଶଶୁର ଘରକୁ ଆସିଥିଲେ । ତେବେ ୨୧ ତାରିଖ ଠାରୁ ଟୁନା ଶଶୁର ଘରୁ ନିଖୋଜ ହୋଇଯାଇଥିଲେ । ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର ପତା ମିଳିନଥିଲା । ସକାଳେ ଟୁନାଙ୍କ ଶବ ଗୁଆବାଗ ସାହି ନିକଟ ନୟନଯୋରୀରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପାଗା ଫାଣ୍ଡି ଅଧିକାରୀ ଜଗନ୍ନାଥ ପରିଡ଼ା ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ମୃତ ଟୁନା ମଲ୍ଲିକ୍ ଟାଙ୍ଗୀ ଥାନା ଅଂଚଳ କ୍ଷେତ୍ରପାଳ ଗ୍ରାମର ୰ଦୁଖର ମଲ୍ଲିକଙ୍କ ପୁଅ ଅଟନ୍ତି । ତାଙ୍କୁ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *