ଭୁବନେଶ୍ୱର,୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ
ଡ଼ମ୍ପିଂୟାର୍ଡ଼ ତୁରନ୍ତ ସ୍ଥାନାନ୍ତର କରିବାକୁ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି । ଉକ୍ତ ଡ଼ମ୍ପିଂୟାର୍ଡ଼ ଯୋଗୁଁ ନିକଟରେ ଥିବା ନନ୍ଦନକାନନରେ ବିଭିନ୍ନ ପଶୁ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି । ଏହାର ପ୍ରତିକାର କରାନଗଲେ ଆସନ୍ତା ୨୫ ତାରିଖ ପୂର୍ବାହ୍ନରେ ନନ୍ଦନକାନନ ଗେଟ୍ ନଂ-୨ ରେ ଧାରଣା ଦିଆଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ସୋମବାର ଦିନ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ଼ ସମଗ୍ର ଭୁବନେଶ୍ୱର ମହାନଗରନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦାହେବା ଫଳରେ ସେଠିକାର ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡ଼ିଛି । ଦୀର୍ଘଦିନ ହେବ ସେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏହି ପ୍ରଦୁଷଣ ଫଳରେ ବହୁଲୋକ ମୃତୁ୍ୟବରଣ କଲେଣି । ମୁଖ୍ୟ ପ୍ରସଙ୍ଗ ଏହିକି ଯେ ଏବେ ଏହି ଅଳିଆ ଗଦା ଭାରତ ବିଖ୍ୟାତ ନନ୍ଦନକାନନର ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିଛି । ଏଥିରୁ ଜନ୍ମିତ ଭୂତାଣୁ ଦ୍ୱାରା ୫ଟା ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ନୀଳଗିରି ମାଙ୍କଡ ÿଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତୁ୍ୟବରଣ କରିଥିବା ସ୍ଥଳେ
ନନ୍ଦନକାନନ କର୍ତୃପକ୍ଷ ଏହି ପଶୁପକ୍ଷୀଙ୍କର ମୃତୁ୍ୟର କାରଣ ଦାରୁଠେଙ୍ଗ ସ୍ଥିତ ଅଳିଆ ଗଦା ବୋଲି ପ୍ରକାଶ ନକରି ସରକାରଙ୍କ ଚାପରେ ନୀରବ ରହିଛନ୍ତି । କେବଳ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବାସିନ୍ଦା ନୁହଁନ୍ତି ଭାରତ ପ୍ରଶିଦ୍ଧ ନନ୍ଦନକାନନର ସୁରକ୍ଷା ଦୃଷ୍ଟିର ମଧ୍ୟ ଡାରୁଠେଙ୍ଗ ସ୍ଥିତ ଡ଼ମ୍ପିଂୟାର୍ଡ଼ ସ୍ଥାନାନ୍ତରଣ କରିବାପାଇଁ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏହାର ପ୍ରତିକାର କରାନଗଲେ ଆସନ୍ତା ୨୫ ତାରିଖ ବୁଧବାର ଦିବା ୧୦ ଘଂଟା ସମୟରେ ନନ୍ଦନକାନନ ଗେଟ୍ ନଂ-୨ ରେ ଧାରଣା ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର