Friday , September 22 2023
Breaking News
Home / ବିଶେଷ / ଚାଟେଶ୍ୱର ମନ୍ଦିରର ବେଢ଼ାରେ ଥିବା ପାର୍ବତୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ପଜ୍ଜ୍ୱଳନ

ଚାଟେଶ୍ୱର ମନ୍ଦିରର ବେଢ଼ାରେ ଥିବା ପାର୍ବତୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ପଜ୍ଜ୍ୱଳନ

ସାଲେପୁର, ୨୪/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ବ୍ଲକ୍ ସଉରୀ ପଂଚାୟତ କିଶିନାପୁର ସ୍ଥିତ ପ୍ରଭୁ ଚାଟେଶ୍ୱରଙ୍କ ବେଢ଼ା ମଧ୍ୟରେ ଥିବା ମା’ ପାର୍ବତୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ପଜ୍ଜ୍ୱଳନର ଶୁଭାରମ୍ଭ ହୋଇଛି । ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ମୁଖ୍ୟ ସଂଯୋଜନାରେ ଏହି ଅଖଣ୍ଡ ଦୀପ ପଜ୍ଜ୍ୱଳନ କାର୍ଯ୍ୟକ୍ରମ କରାଯାଇଛି । ମା’ ପାର୍ବତୀଙ୍କ ନିକଟରେ ଏହି ଅଖଣ୍ଡ ଦୀପ ସବୁଦିନ ପାଇଁ ପ୍ରଜ୍ଜ୍ୱଳନ ରହିବ ବୋଲି ଜଣାପଡ଼ିଛି । ମନ୍ଦିରର ପୂଜକ ଦୁର୍ଗାପ୍ରସାଦ ଷଢ଼ଙ୍ଗୀ, ବଳରାମ ଦାଶ, ଲିଙ୍ଗରାଜ ପାଢ଼ୀ, ହରିହର ଦାଶ, ଭାଗ୍ୟଧର ଦାଶ, ଶ୍ରୀଧର ଦାଶ ଏହି ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନକୁ ବିଧିବିଧାନରେ ପୂଜାର୍ଚ୍ଚନା କରିଥିଲେ । ଏହି ଧର୍ମୀୟ କାର୍ଯ୍ୟପାଇଁ ଟ୍ରଷ୍ଟୀ ଖେଲଖ ଦାଶ, ତୁଷାରକାନ୍ତ ମହାନ୍ତି, କବି ଚନ୍ଦ୍ରମଣୀ ଭୂୟାଁ, ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର, ପ୍ରଦିପ ପରିଜା, ହୃଷିକେଶ ମଲ୍ଲିକ୍, ବରିଷ୍ଠ ଆଇନଜିବୀ ବିକ୍ରମକେଶରୀ ବଳ, ସୁରେନ୍ଦ୍ରନାଥ ସ୍ୱାଇଁ ପ୍ରମୁଖ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *