ନିଶ୍ଚିନ୍ତକୋଇଲି ୨୩/୦୯/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ କଳମିଶ୍ରି ପଂଚାୟତ ଅନ୍ତର୍ଗତ କଳମିଶ୍ରି ଗ୍ରାମର କମଳାଇ ଠାକୁରାଣୀ ଙ୍କ ଠାରୁ ହରିଜନ ସାହି ଢ଼ଳେଇ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଠକେଇ ହୋଇଥିବା ଓ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ନିଶ୍ଚିନ୍ତକୋଇଲି ବି.ଡ଼ି.ଓ. ଙ୍କ ଠାରେ ଗ୍ରାମାବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି । ସାଂସଦ ଭର୍ତୃହରି ମହତାବ ଙ୍କ ପାଣ୍ଠିରୁ ୩ଲକ୍ଷ ଟଙ୍କା ଏହି ରାସ୍ତା ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିଲା । ରାସ୍ତା ନିର୍ମାଣର ୨/୩ ମାସ ମଧ୍ୟରେ ରାସ୍ତା ଭାଙ୍ଗିରୁଜି ଖାଲଖମା ରେ ପରିଣତ ହୋଇଛି । ଯଦ୍ୱାରା ଲୋକେ ଯାତାୟତ ନିମନ୍ତେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଆଣ୍ଣୁଏ ବର୍ଷାପାଣି ଜମିରହୁଛି । କଳମିଶ୍ରି ଦାୟିତ୍ୱରେ ଜେ.ଇ ରାସ୍ତାନିର୍ମାଣ ତଥା ହେଉଥିବା ଉନ୍ନୟନ କାର୍ଯ୍ୟଗୁଡ଼ିକ ତଦାରଖ ନକରି ବିଲ୍ କରି ଦେଉଥିବା ଲୋକ ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ , ଏହି ରାସ୍ତା ନିର୍ମାଣରେ କାର୍ଯ୍ୟଟି ସଂପୃକ୍ତ ଜେ.ଇ. ଙ୍କ ନାମରେ ରହିଥିବା ସହ କାର୍ଯ୍ୟକୁ ନିଜପସନ୍ଦର ଲୋକଙ୍କ ଜରିଆରେ କରାଇ ଅର୍ଥ ଆତ୍ମସାତ୍ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଲୋକେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଓଡ଼ିଶା ସମାଚାର