Friday , January 28 2022
Breaking News
Home / ତାଜା ଖବର / ଲଜ୍ଜା, ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ଲଜ୍ଜା, ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

କଳାହାଣ୍ଡି, ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । କୋକସରା ଥାନା ଅଂଚଳର ଜଣେ ଯୁବତୀ କୌଣସି କାମରେ ଭବାନୀପାଟଣା ଯାଇ ଘରକୁ ଫରିବା ପାଇଁ ବସ୍ କୁ ଅପେକ୍ଷା କରିଥିବା ସମୟରେ ଜଣେ ପରିଚିତ ଯୁବକ ତାଙ୍କୁ ମଟରସାଇକେଲରେ ଲିଫ୍ଟ ଦେଇଥିଲେ, ତେବେ ଯିବାସମୟରେ ଜୁନାଗଡ ଥାନା ଅନ୍ତର୍ଗତ ଜାରିଙ୍ଗ ଜଙ୍ଗଲ ରାସ୍ତା (ଏନଏଚ-୨୬)ରେ୫ ରୁ ୬ ଜଣ ଅପରିଚିତ ଯୁବକ ମାରଣସ୍ତ୍ର ଦେଖାଇ ଅଟକାଇ ଯୁବତୀକୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ ଓ ଗଣଦୁଷ୍କର୍ମ କରିଥିଲେ ଏବଂ ସେହି ସମୟର ଭିଡିଓକୁ ଭାଇରାଲ କରିଦେଇଥିଲେ । ଏହି ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିବାବେଲେ ଘଟଣାଟି ଗତ ୧୪ ତାରିଖର ବୋଲି ଜଣାପଡିଛି । ପିଡିତା ଯୁବତୀ ଗତକାଲି ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ତଦନ୍ତ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ପରିବା ମାର୍କେଟ ରେ ମୋବାଇଲ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ଭୁବନ,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟରେ ରୀତିମତ ମୋବାଇଲ ଚୋରୀ …

Leave a Reply

Your email address will not be published. Required fields are marked *