Sunday , October 1 2023
Home / ସ୍ୱାସ୍ଥ୍ୟ / ଭୀମସାର ନିର୍ଦ୍ଧେଶକ ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ- ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୀମସାର ନିର୍ଦ୍ଧେଶକ ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ- ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- ଖାଲି ପଡିଥିବା ବୀର ସୁରନ୍ଦ୍ରସାଏ ମେଡିକାଲ କଲେଜ (ଭୀମସାର)ର ନିର୍ଦ୍ଧେଶକ ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି  । ସେ କହିଛନ୍ତି ଯେ, ଏହି ନିଯୁକ୍ତି ପାଇଁ ପୂର୍ବରୁ ଦୁଇ ଥର ବିଜ୍ଞାପନ ପ୍ରକାଶ ପାଇଥିଲା  । ମାତ୍ର, ଏଥିପାଇଁ କେହି ଆବେଦନ କରିନଥିଲେ  । ତୃତୀୟ ଥର ପାଇଁ ଏଥି ନିମନ୍ତେ ବିଜ୍ଞାପନ ପ୍ରକାଶ କରାଯିବ ଏବଂ ଡ଼ିସେମ୍ବର ସୁଦ୍ଧା ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *