Monday , December 6 2021
Breaking News
Home / ରାଜନୀତି / ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ଲାଗି ନବୀନ ନିବାସରେ ବୈଠକ ଆଜି

ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ଲାଗି ନବୀନ ନିବାସରେ ବୈଠକ ଆଜି

ଭୁବନେଶ୍ୱର,୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ଲାଗି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ଏଥିରେ ବିଜେପୁର ପାଇଁ ଗଠିତ ହୋଇଥିବା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଏହି ସୂତ୍ରରୁ ପ୍ରକାଶ ଯେ, ଦଳୀୟ ପ୍ରାର୍ଥୀ ନେଇ ସଂଗୃହିତ ରିପୋର୍ଟକୁ ଦଳର ସୁପ୍ରିମୋ ନବୀନଙ୍କୁ ପ୍ରଦାନ କରାଯିବ ଏବଂ ତାହା ଉପରେ ଆଲୋଚନା କରାଯିବ । ଏଥି ସହିତ ବୈଠଳରେ ନିର୍ବାଚନ ପ୍ରସ୍ତୁତି ନେଇ ରଣନୀତି ଚୂଡ଼ାନ୍ତ ହେବ  । ଏହି ଉପନିର୍ବାଚନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବାର ପ୍ରଶ୍ନ ଉଠୁ ନାହିଁ କିମ୍ବା କୌଣସି ଦଳ ସହିତ ବୁଝାମଣା ହେବାର ପ୍ରଶ୍ନ ଉଠୁନାହିଁ  । ଜୋରଦାର୍ ଲଢ଼େଇ ହେବ  । ଏଥି ନିମନ୍ତେ ଖୁବ୍ ଶୀଘ୍ର ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇପାରେ  । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *