Monday , October 18 2021
Breaking News
Home / ତାଜା ଖବର / ବାଇକ ରୁ ଖସିପଡ଼ି ମହିଳା ଗୁରୁତର

ବାଇକ ରୁ ଖସିପଡ଼ି ମହିଳା ଗୁରୁତର

ତାରପୁର,୨୩/୦୯/୨୦୧୯(ଓଡ଼ିଶା ସମାଚାର)- ସ୍ଥ୍ାନୀୟ ମାହାଳହାଟ ମହାନଦୀର ଉତରପାଶ୍ୱର୍ ନଦୀବନ୍ଧ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ଗମନା ଗମନ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇପଡ଼ିଛି । ଏହାର ମରାମତି ପାଇଁ ମହାପଦୀ ଚିତ୍ରୋପôଳା ଦ୍ୱୀପାଂଚଳବାସୀ ଆଡ଼୍ଦୋଳନକୁ ବାହାରିବା ପାଇଁ ସଜବାଜ ହେଉଥିବାବେଳେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି ଏହି ରାସ୍ତାରେ । ମାହାଳହାଟ ପୁଲିସ୍ ଫାଣ୍ଡି ନିକଟରେ ଯେଉଁ ଉଚଖାଲ ହୋଇଛି ସେହି ସ୍ଥାନରେ ବାଇକ୍ ରୁ ଖସିପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଇକ୍ ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଧାରିବିଲ ଗ୍ରାମର ହରି ବାରିକ ଙ୍କ ପତ୍ନୀ ରଂଜୁଲତା ବାରିକ (୫୫) । ତାଙ୍କ ମୁଣ୍ଡରେ ମାଡ଼ ହୋଇଛି । ଚେତାଶୂଡ଼୍ୟ ଅବସ୍ଥାରେ ତାଙ୍କୁ ପ୍ରଥମେ ରଘୁନାଥପୁର ମେଡ଼ିକାକଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ସକାଳ ସାଢ଼େ ୯ ଟାରେ ଏହି ଘଟଣା ଘଟିଛି । ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *