ଗରଦପୁର ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- ଆଜି ସକାଳ ୯ଟା ସମୟରେ ମେଘ ସହିତ ଆକଷ୍ମିକ ବଜ୍ରପାତ ଘଟିବାରୁ ପାଟକୁରା ପଂଚାୟତର ଜଗଦ୍ଧଳପୁର ଗ୍ରାମର କେଦାର ସାମନ୍ତସିଂହାରଙ୍କ ଦ୍ୱିତଳ କୋଠା ଘରର କ୍ଷିତଗ୍ରସ୍ତ ଘଟିଛି । କେଦାରଙ୍କ ପରିବାର ତଳ ମହଲା ଘରେ ରହୁଥିବାବେଳେ, ଉପର ଘରର ଛାତ ଗତ କିଛି ଦିନ ହେଲା ପଡିଛି । ଆଜି ସକାଳ ସମୟରେ ବଜ୍ରପାତ ଘଟିବାରୁ ଉପର ଘର କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଏକ ବଡ ବାଉଁଶ ଖଣ୍ଡ ଖଣ୍ଡ ହୋଇପଡିଥିବାବେଳେ, ଘରେ ଥିବା ଫ୍ୟାନ୍,ଫ୍ରିଜ୍,ବିଦ୍ୟୁତ୍ ବଲ୍ବ,ଟିଭି ଓ ସମସ୍ତ ବିଦ୍ୟୁତ୍ ଉପକରଣରଗୁଡିକ ପୋଡିଯାଇଥିବାର ଜଣାଯାଇଛି । ଓଡ଼ିଶା ସମାଚାର