Monday , December 6 2021
Breaking News
Home / ବିଶେଷ / ପାରାଦ୍ୱୀପରେ ଶାନ୍ତିପୁର୍ଣ୍ଣ ଭାବେ ଶେଷ ହେଲା ବିଶ୍ୱକର୍ମା ପୂଜା

ପାରାଦ୍ୱୀପରେ ଶାନ୍ତିପୁର୍ଣ୍ଣ ଭାବେ ଶେଷ ହେଲା ବିଶ୍ୱକର୍ମା ପୂଜା

ପାରମ୍ପରିକ ରିତିରେ ଅନୁଷ୍ଠିତ ହେଲା ଭଷାଣୀ ଯାତ୍ରା

ପାରାଦ୍ୱୀପ ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)-ସପ୍ତାହବ୍ୟାପି ପାରାଦ୍ୱୀପ ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ସୋମବାରଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସଙ୍ଗଠନ ତରଫରୁ ଭଷାଣୀ ପୂର୍ବ ଅନୁଷ୍ଠିତ ହୋଇଥିବା ବେଳେ ପାରାଦ୍ୱୀପ ଶିଳ୍ପାଂଚଳ ଯୁବ ବିକାଶ ପରିଷଦ ଓ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ର ଚିରାଚିତ ଓ ପାରମ୍ପରିକ ରିତିରେ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ସମୟରେ ଢୋଲକି, ମାଦଳ, ଘଂଟ ଇତ୍ୟାଦି ପାରମ୍ପରିକ ବାଦ୍ୟରେ ବଡପଡିଆ ଅଂଚଳ ପ୍ରକମ୍ପିତ ହୋଇଥିଲା । ରବିବାର ଦିନ କିଛି ଅନୁଷ୍ଠାନ ଭଷାଣୀ ଯାତ୍ରାରେ ସର୍ବସାଧାରଣରେ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନକୁ ସାଧାରଣରେ ନାପସନ୍ଦ କରିଥିବା ବେଳେ ଯୁବ ବିକାଶ ପରିଷଦ ଦ୍ୱାରା ଆୟୋଜିତ ମୟୁରଭଞ୍ଜ ର ଆଦିବାସୀ ମହିଳା କଳସ ନୃତ୍ୟ, ପଞ୍ଜାବୀ ଓ ମାଦଳ ବାଦ୍ୟ ବେସ ଆକର୍ଷଣୀୟ ହୋଇଥିଲା । ତେବେ ଏହି ଦୁଇ ସଙ୍ଗଠନର ଭଷାଣୀ ଯାତ୍ରା ବେସ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିିତ ହୋଇଥିଲା । ଯାହାକୁ ସାଧାରଣ ବେସ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *