Monday , October 18 2021
Breaking News
Home / ବିଶେଷ / ପଂଚାୟତ ପୋଖରୀ ନିଲାମ 

ପଂଚାୟତ ପୋଖରୀ ନିଲାମ 

ଗରଦପୁର ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)-ମତ୍ସ୍ୟ ଚାଷକୁ ଗୁରୁତ୍ୱ ପ୍ରଦାନ ଓ ମତ୍ସ୍ୟ ଉତ୍ପାଦନକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରାଯିବା ଓ ବିଭିନ୍ନ ଗ୍ରାମରେ ରହିଥିବା ମହିଳା  ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ଆର୍ଥିକ ସ୍ୱାବଲମ୍ବୀ କରାଯିବା ଲକ୍ଷ୍ୟ ନେଇ ବ୍ଲକର ବିଭିନ୍ନ ପଂଚାୟତ ମାନଙ୍କରେ ରହିଥିବା ପୋଖରୀ ଗୁଡିକୁ ବ୍ଲକ ପ୍ରଶାସନଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ ନିଲାମ କରାଯାଉଥିବାର ଜଣାଯାଇଛି । ଗରଦପୁର ବ୍ଳକ ପ୍ରଶାସନଙ୍କ ପକ୍ଷରୁ ବିଭିନ୍ନ ପଂଚାୟତମାନଙ୍କରେ ରହିଥିବା ପଂଚାୟତ ପୋଖରୀଗୁଡିକ ଆଜି ବିଭିନ୍ନ ପଂଚାୟତ କାର୍ଯ୍ୟାଳୟଗୁଡିକରେ ନିଲାମ କରାଯାଇଛି । ପଂଚାୟତର ବିଭିନ୍ନ ଗ୍ରାମମାନଙ୍କରେ ରହିଥିବା ମହିଳା  ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକର ଆର୍ଥିକ ଉନ୍ନତି କରାଯିବାର ଲକ୍ଷ୍ୟ ଓ ମତ୍ସ୍ୟ ଚାଷର ବୃଦ୍ଧି କରାଯିବା ନେଇ ଏହି ପୋଖରୀଗୁଡିକୁ ନିଲାମ କରାଯାଇଥିବା ଗରଦପୁର ବ୍ଲକର କନିଷ୍ଠ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ପ୍ରକାଶ କରିଛନ୍ତି । ଗରଦପୁର ବ୍ଳକର ବିଭିନ୍ନ ପଂଚାୟତରେ ରହିଥିବା୧୦ ଗୋଟି ପଂଚାୟତ ପୋଖରିଗୁଡିକୁ ଆଜି ନିଲାମ କରାଯାଇଥିବା ବେଳେ,ବେଡାରୀ ପଂଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ଅଧିକାରୀମାନଙ୍କ ଉପସ୍ଥିତିରେ ଆଜି ୩ଗୋଟି ପଂଚାୟତ ପୋଖରୀଗୁଡିକୁ ନିଲାମ କରାଯାଇଛି । ସେଥି ମଧ୍ୟରୁ ହରିଦାସପୁର ଗ୍ରାମର ଜେନା ସାହି ପୋଖରୀ, ହରିଦାସପୁର ଗ୍ରାମର କ୍ଲବ ପାଖ ପୋଖରୀ ଓ ବେଡାରୀ ଗ୍ରାମର ମହୁରିଆ ଦଣ୍ଡା ପୋଖରୀ ଗୁଡିକୁ ନିଲାମ କରାଯାଇଛି । ଏହି ସବୁ ପୋଖରୀଗୁଡିକୁ ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ମଧ୍ୟରେ ନିଲାମ କରାଯାଇଥିବାବେଳେ,ପୋଖରୀଗୁଡିକୁ ମାଛ ଚାଷ କରିବାକୁ ତିନି ବର୍ଷ ପାଇଁ  ନିଲାମ ପ୍ରଦାନ କରାଯାଇଥିବା ବ୍ଲକର କନିଷ୍ଠ ମତ୍ସ୍ୟ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ସେହିପରି ଏହି ପଂଚାୟତରେ ଥିବା ପରକଣା ଗ୍ରାମର ପଂଚାୟତ ପୋଖରୀ,ବେଡାରୀ ସ୍କୁଲ ପାଖ ପଂଚାୟତ ପୋଖରୀ ,ଶ୍ରୀଚନ୍ଦନପୁର ଗ୍ରାମରେ ଥିବା  ପଂଚାୟତ ପୋଖରୀ ଗୁଡିକୁ ଗତ ମାସ ୨୮ ତାରିଖରେ ନିଲାମ କରାଯାଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଗରଦପୁର ବ୍ଲକର ଗରଦପୁର ପଂଚାୟତର ପତି ସାହି ତାରିଣୀ ମନ୍ଦିର ନିକଟରେ ଥିବା ପଂଚାୟତ ପୋଖରୀ, ତିକନପୁର ପଂଚାୟତର ମଳିକ ସାହି ପୋଖରୀ,ତେଣ୍ଡାକୁଡା ପଂଚାୟତର ଗୋଟିଏ  ପୋଖରୀ  ଓ ତଳକୁସୁମା ପଂଚାୟତର ହନୁମାନ ମନ୍ଦିର ନିକଟ ପୋଖରୀ ସହିତ ମୋଟ ୪ ଗୋଟି ପୋଖରୀକୁ ଆଜି ନିଲାମ କରାଯାଇଥିବା  ବ୍ଲକର କନିଷ୍ଠ ମତ୍ସ୍ୟ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ପୂର୍ବରୁ ଗତ ମାସ ୨୯ ତାରିଖ ଦିନ ପାଟକୁରା ପଂଚାୟତର  ଇନ୍ତାଲପୁର ଗ୍ରାମର କଣ୍ଡରା ପୋଖରୀ ଓ ଜଗଦ୍ଧଳପୁର ଗ୍ରାମର ନୂଆ ପୋଖରୀକୁ ନିଲାମ କରାଯାଇଥିବାବେଳେ,ଇନତାଲପୁର ଗ୍ରାମର ନୂଆ ପୋଖରୀ ନିଲାମ ସମୟରେ ଗୋଟିଏ ପକ୍ଷଙ୍କ ବିଳମ୍ବରେ ଉପସ୍ଥିତି ହେବା ଯୋଗୁଁ କରାଯାଇଥିବା ନିଲାମକୁ ବ୍ଲକ ପ୍ରଶାସନ ବାତିଲ କରିଥିବାର ଜଣାଯାଇଛି । ସେହିପରି ଆସନ୍ତା କାଲି ମଧ୍ୟ ବ୍ଲକ ଅଂଚଳର କେକେତ ପୋଖରିଗୁଡିକୁ ନିଲାମ କରାଯିବା ପାଇଁ ଯୋଜନା ରହିଥିବା  କନିଷ୍ଠ ମତ୍ସ୍ୟ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତ ।  ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *