Wednesday , October 27 2021
Breaking News
Home / ଶିକ୍ଷା / ନବାଗତ ଏଜୁକେଶନ ଅନର୍ସ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ 

ନବାଗତ ଏଜୁକେଶନ ଅନର୍ସ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ 

ତାରପୁର,୨୩/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟ ଏଜୁକେଶନ ବିଭାଗ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ପ୍ରଧ୍ୟାପିକା ଡ଼ଃ ବିରଓ କୁମାରୀ ନାୟକଙ୍କ ସଭାପତିତ୍ୱରେ  ଆୟୋଜିତ ଏହି ଉତ୍ସବରେ  ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିନିଅର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବାକୁ ପ୍ରସଂଶା କରିବା ସହ ଏହା ,କ ଆତ୍ମିୟତାର ନିଦର୍ଶନ ବୋଲି ପ୍ରକାଶ କରିଥିଲେ ।  ସଫଳତା ପାଇବାକୁ ହେଲେ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧ୍ୟାପକ ପ୍ରଶାନ୍ତ କୁମାର ତ୍ରୀପାଠୀ,  ଅଧ୍ୟାପିକା ସ୍ମିତାରାଣୀ ପ୍ରଧାନ, ଡ଼ଃ ଯାଜ୍ଞସେନୀ ରାଉତ,  ସୌମ୍ୟା ଶ୍ରୀ ମହାନ୍ତି ,  ପ୍ରଗତି ମଂଜରୀ ପରିଡ଼ା,  ପ୍ରତାପ କୁମାର ଲେଙ୍କା, କେଦାର ମୁଦୁଲି ,  ସରୋଜକାନ୍ତ ମିଶ୍ର , ସୁତାତା ଦାସ ପ୍ରମୁଖ  ବହୁ ଉପାଦେୟ ଦିଗଦର୍ଶନ ଦେଇଥିଲେ ।  ଅଧ୍ୟାପିକା ଶାଶ୍ୱତୀ ନନ୍ଦ, ସ୍ୱାଗତିକା ଦାସ ସଭା ପରିଚାଳନା କରିଥିଲେ ।  ବିଭାଗୀୟ ମୁଖ୍ୟ ଡ଼ଃ ନାୟକ ବିବେକକୁ ମନ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦେବା ସହ ଶୃଙ୍ଖଳାଓ ସମୟାନୁବର୍ତିତା ହେବା ପାଇଁ ପିଲାମାନଙ୍କୁ କହିଥିଲେ । ସିନିଅର ଛାତ୍ରୀ ତମନା ଅଂଜୁମ ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

୧୮ ମାସ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲୁଛି ଆଜି –

ପ୍ରଥମ ଦୁଇ ଦିନ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍ ସମୟରେ କିପରି …

Leave a Reply

Your email address will not be published. Required fields are marked *