Friday , October 22 2021
Home / ରାଜନୀତି / ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ

ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ

ଜଗତସିଂହପୁର , ୨୩/୦୯/୨୦୧୯ ( ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅୟୋଜିତ ହୋଇଯାଇଛି। ଜିଲ୍ଲା ବିଜୁଜନତା ଦଳ ସଭାପତି ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ନୂଆପୋଲ ଛକ ଠାରୁ ଶାରଦା ମଣ୍ଡପ ପର୍ୟ୍ୟନ୍ତ ଏକ ବିରାଟ ରାଲି ରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ,ଲୋକସଭା ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ,ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଯୋଗଦେଇ ଶାରଦା ମଣ୍ଡପ ସ୍ଥିତ ସଭାସ୍ଥଳ ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ।କିନ୍ତୁ ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳ ର ଦଳୀୟ କନ୍ଦଳ ଆଜି ପଦାରେ ପଡିଛି।ସୂଚନା ଥାଉକି, ଏହି ସମ୍ବର୍ଦ୍ଧନା ସଭାରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି,ତିର୍ତୋଲ  ବିଧାୟକ ବିଷ୍ଣୁ ଚରଣ ଦାସ,ବିଜୁଜନତା ଦଳ ଜଗତସିଂହପୁର ପର୍ୟ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ବିଜୁ ମହିଳା ଜନତା ଦଳ ସଭାପତି ପ୍ରମିଳା ମଲ୍ଲିକ ପ୍ରମୁଖ ଏହି କାର୍ୟ୍ୟକ୍ରମ ରେ ଯୋଗ ଦେବାର କାର୍ୟ୍ୟକ୍ରମ ଥିବାବେଳେ ଦଳୀୟ କନ୍ଦଳ ଯୋଗୁଁ ସେମାନେ ଯୋଗଦେଇ ନ ଥିବା କହୁଛନ୍ତି କିଛି ଦଳୀୟ କର୍ମୀ। ଏ ସମ୍ପର୍କରେ ଜିଲ୍ଲା ବିଜୁଜନତା ଦଳ ସଭାପତି ଅମରେନ୍ଦ୍ର ଦାସ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ,ବହୁ ଘାତ ପ୍ରତିଘାତ ମଧ୍ୟରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତି ଯୋଗୁ ବହୁ ସଂଖ୍ୟାରେ ଜନ ସାଧାରଣ ମାନେ ଯୋଗଦେଇ ଉତ୍ସବ କୁ ସାଫଲ୍ୟ କରିଛନ୍ତି।ଏହି ଉତ୍ସବ ରେ ଜିଲ୍ଲାର ବହୁ ବିଜୁଜନତା ଦଳ କର୍ମୀ ମାନେ ଉପସ୍ଥିତ ରହି ଥିଲେ। ଓଡ଼ିଶା ସମାଚାର

About admin

Check Also

କଂଗ୍ରେସ ତରଫରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବି ରେ ପ୍ରତିବାଦ ସଭା

କଳାହାଣ୍ଡି ,୨୧/୧୦/୨୦ (ଓଡିଶା ସମାଚାର /ସଂଜୟ ସିଂହ)- ଭବାନୀପାଟଣା/ସ୍ଥାନୀୟ ଗାନ୍ଧୀ ଛକ ଠାରେ ମମିତା ହତ୍ୟା କାରୀ ଆସାମୀ ଗୋବିନ୍ଦ …

Leave a Reply

Your email address will not be published. Required fields are marked *