Saturday , December 4 2021
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜଗତସିଂହପୁର, ୨୩/୦୯/୨୦୧୯ (ଓଡ଼ିଶା ସମାଚାର)- ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୨୪୭ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୨୧୦ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୭୮ଟି,ଭତା ସଂମ୍ବନ୍ଧୀୟ-୧୭ଟି,ରେସନ କାର୍ଡ ସମସ୍ୟା ସଂପର୍କିତ-୧୯ଟି,ଆଇନ ସହାୟତା ସଂପର୍କିତ-୦୮ଟି,ଜମିଜମା ସଂପର୍କିତ-୨୧ଟି,କାଳିଆ ଯୋଜନା ସଂପର୍କିତ-୦୧ଟି,ଘରଡିହ ପଟ୍ଟା ସଂପର୍କିତ-୦୨ଟି,ଫନି ସହାୟତା ସଂପର୍କିତ-୧୦ଟି,ହୁଇଲ ଚେୟାର ପ୍ରଦାନ-୦୨ଟି ଓ ଅନ୍ୟାନ୍ୟ-୩୨ଟି,ଗାଁ ସମସ୍ୟା ସଂପର୍କିତ-୨୨ଟିି,ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୮ଟି,ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୭ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୨୦ଟି ଅଭିଯୋଗ ଶୁଣାଣି କରାୟାଇ ସଂଗେ ସଂଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ପାଲ, ବି.ଡି.ଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ସହକାରୀ ଜିଲ୍ଲାପାଳ ବିଜୟଲକ୍ଷୀ ନାୟକ ଓ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *