ଯାଜପୁର, ୨୨/୦୯/୨୦୧୯(ଓଡ଼ିଶା ସମାଚାର)- ଯାଜପୁର ରେ ଥିବା ଓଡିଶା କୃଷି ଶିଳ୍ପ ନିଗମ ଲିଃ ପକ୍ଷରୁ ୨୦୦ ରୁ ଉଦ୍ଦ୍ୱର୍ ୟୁରିଆ ସାର ଆବଶ୍ୟକ ପାଇଁ ଇଫକୋ ସରକାରୀ ସଂସ୍ଥାକୁ ଅନୁରୋଧ କରିଥିଲା ବେଳେ ଗତମାସରେ ମାତ୍ର ମିଳିଛି ୫୦.୦୪ । ଏହି ୟୁରିଆ ସାର ଚାଷୀ ମାନଙ୍କୁ ଯୋଗାଇ ଦେବାରେ ସାର ଡିଲର ମାନେ ବ୍ୟର୍ଥ ହୋଇଛନ୍ତି । ସାର ନ ପାଇ ଚାଷୀ ମାନେ ଡିଲରଙ୍କ ବିକ୍ରୟ କେନ୍ଦ୍ରରେ ଧାଡି ବାନ୍ଧି ନିରାସ ହୋଇ ଫେରୁଛନ୍ତି ।ଏହି ସାର ସଂଙ୍କଟ କୁ ଦୂରୀଭୁତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନେବା ପାଇଁ କୃଷକ ସାଥୀ ଦୀଲିପ କୁମାର ବେହୁରିଆ,ଭରତ ଜେନା,ରାଜ କିଶୋର ପଣ୍ଡା ପ୍ରମୁଖ ଦାବି ଜଣାଇଛନ୍ତି । ଓଡିଶା କୃଷିଶିଳ୍ପ ନିଗମ ର ଜିଲା ମ୍ୟାନଜର,ଇଂ କେ.ସି ନାୟକ ସୂଚନା ଦିଅନ୍ତି ଯେ, ଯାଜପୁର,ଦଶରଥପୁର, ବିଂଝାରପୁର, କୋରାଇ, ରସୁଲପୁର, ବଡଚଣା ଆଦି ବ୍ଲକ ମାନଙ୍କରେ ୮ ଜଣ ଡିଲରଙ୍କୁ ମିଳିଥିବା ୟୁରିଆ ସାର କୁ ଯୋଗାଇ ଦିଆଯାଇଛି । ଯାଜପୁର ଓ ଦଶରଥପୁର ବ୍ଲକରେ ୨ ଜଣ ଫର୍ଟିଲାଇଜର ଡିଲର ରହିଥିଲା ବେଳେ ଯାଜପୁର ବ୍ଲକରେ ଗୋଟିଏ ଡିଲର କୁ ୟୁରିଆ ସାର ଯୋଗାଇ ଦିଆଯାଇଛି । ଅନ୍ୟପକ୍ଷରେ ଇଫକୋ ଡି.ଏ.ପି ସାର ୬୦ ଟନ୍ ଯୋଗାଇ ଦିଆଯାଇଥିବା ସୂଚନା ଦେଇଥିଲେ । ଓଡ଼ିଶା ସମାଚାର