Wednesday , October 4 2023
Breaking News
Home / ଶିକ୍ଷା / ରେଢ଼ୁଆ ବିସି କଲେଜ ପ୍ୟାରେଂଟ ଟିଚର ମିଟ୍ 

ରେଢ଼ୁଆ ବିସି କଲେଜ ପ୍ୟାରେଂଟ ଟିଚର ମିଟ୍ 

ତାରପୁର,୨୨/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ  ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ଅଭିଭାବକ , ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନେଇ ଟିପିଏମ ଅନୁଷ୍ଠିତ ହୋଇଛି ।  ଉଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଆୟୋଜିତ ୩ୟ ପର୍ଯ୍ୟାୟ ବୈଠକରେ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ତଥା ସ୍ଥିରିକୃତ ସର୍ବନିମ୍ନ ମାନକୁ ସୁବିନିଯୋଗ କରାଯିବା ଏହାର ଉଦେଶ୍ୟ ଅଟେ । ଛାତ୍ର ଛାତ୍ରୀ ଙ୍କ ଚରିତ୍ର ଗଠନ,  ସମୟାନୁବତିୟତା,  ଶିକ୍ଷା ଆହରଣ କ୍ଷେତ୍ରରେ  ଉଭୟ ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ଯଥେଷ୍ଟ କର୍ତବ୍ୟ ରହିଛି ବୋଲି ଶ୍ରୀଯୁକ୍ତ ପଣ୍ଡା ପରାମର୍ଶ ରଖିଥିଲେ । ପାରିବାରିକ ବ୍ୟସ୍ତତା ମଧ୍ୟରୁ ପିତା ମାତାମାନେ ସମୟ ବାହାରକରି ନିଜ ପିଲାଙ୍କ ଚାଲି ଚଳନ ପ୍ରତି ଅନୁଶିଳନ କରିବା ସହ ଶିକ୍ଷାନୁଷ୍ଠାନକୁ ଆସି ନିଜ ପିଲାଙ୍କ ଶିକ୍ଷା ସମ୍ବନ୍ଧୀୟ ଆଭିମୁଖ୍ୟ ପ୍ରତି ଅବଗତ ହେବା  ଉଚିତ ।  ଅଧ୍ୟାପିକା ଡ଼ ବିରସ କୁମାରୀ ନାୟକ କିଶୋର ଅବସ୍ଥାରେ ଛାତ୍ର ଛାତ୍ରୀମାନେ ସଂଯମତାକୁ ପ୍ରାଧାନ୍ୟ

 ଦେଇ ଶିକ୍ଷା ପ୍ରତି ମନ ନିବେଶ କରିବା ପାଇଁ ଆହ୍ୱାନ କରିଥିଲେ । ନିୟମିତ କଲେଜ ଆସିବା ସହ ୭୫ ପ୍ରତିଶତ ଉପସ୍ଥାନ ରହିବା ବାଧ୍ୟତା ମୂଳକ ବୋଲି ଅଭିଭାବକ ମାନଙ୍କୁ ସୂଚାଇ ଦିଆଯାଇଥିଲା ।  ଅଭିଭାବକମାନେ ନିଜ ନିଜ ମତ ରଖିଥିବାବେଳେ  ଛାତ୍ର ଛାତ୍ରୀମାନେ କଲେଜର ଶିକ୍ଷାଦାନ ଓ ଆତ୍ମିୟତାକୁ ପ୍ରଶଂସା କରିବା ସହ ଅଧ୍ୟକ୍ଷଙ୍କ ଯୋଗୁ ଏହା ସମ୍ଭବବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ସ୍ମିତାରାଣୀ ପ୍ରଧାନ, ସୌମ୍ୟାଶ୍ରୀ ମହାନ୍ତି, ସ୍ୱାଗତିକା ଦାସ,  ସାଶ୍ୱତି ନନ୍ଦ, ସୁଜାତା ଦାସ,  କେଦାର ମୁଦୁଲୀ ଓ ସରୋଜ କାନ୍ତ ମିଶ୍ର ପ୍ରମୁଖ ନିଜ ନିଜ ମଭିମୁଖ ରଖିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *