Saturday , October 23 2021
Home / ବିଶେଷ / ମୂଲ୍ୟବାନ ଜନହିତକର ଦ୍ରବ୍ୟ ରାଜ୍ୟରୁ ଲୋପ ପାଇବାକୁ ବସିଛି

ମୂଲ୍ୟବାନ ଜନହିତକର ଦ୍ରବ୍ୟ ରାଜ୍ୟରୁ ଲୋପ ପାଇବାକୁ ବସିଛି

ଭୁବନେଶ୍ୱର,୨୨/୦୯/୨୦୧୯(ଓଡ଼ିଶା ସମାଚାର)-ପ୍ରୋସôାହନର ଅଭାବ ଓ ଆଧୂନିକ ସଭ୍ୟତାକୁ ଆଦରି ନେବା ଯୋଗୁ ରାଜ୍ୟ ରୁ ବହୁ ମୂଲ୍ୟବାନ ସମ୍ପଦ ଲୋପ ପାଇଗଲାଣି । ଚାଷ କ୍ଷେତ୍ରରେ ହଳ ଲଙ୍ଗଲ, ମଂଜି ପେଟରା, ବିରି ଅଜାଣ ଧାନ, ପସମ୍ପୁଡିବାସ ଚାଉଳ,ଖିରୀ ପତର, ଖସା, କୋଳଥ,ଚଣା ଡ଼ାଲି,ମାଣ୍ଡିଆ, ଯଅ ଧାନ , ଜଡା ଗଛ,ଇତ୍ୟାଦି ଆହୁରୀ ଅନେକ ବୁକ୍ଷରାଜି ଲୋପପାଇବାକୁ ବସିଛି । ଯାହାକୁ ପ୍ରତି ପରିବାର ଅନାୟସରେ ଏହାକୁ ପାଇ ପାରୁ ଥିଲେ । ଏହା ସୁସ୍ଥ ଜୀବନ ଧାରଣ ପାଇଁ ସହାୟକ ହୋଇ ପାରୁ ଥିଲା । ଜଡା ତେଲ ରନ୍ଧା ଯାଇ ଆମଦାନୀ କରାଯାଉଥିବା ଜଡା ତେଲ ବାହାର ରାଜ୍ୟକୁ ମଧ୍ୟ ବିକ୍ରି ପାଇଁ ଯାଉଥିଲା । ହାତ ଗୋଡ ମକଚି ଗଲେ, କେଉଁଠି ମାଡ଼ ହୋଇଗଲେ ଏହା ଅମୋଘ ଅସ୍ତ୍ର ଭାବେ କାମ କରୁଥିଲା । ଗାଁ ଗହଳିରେ ଚାଷୀ ପରିବାର ବିରିଅଜାଣ ଧାନ ଉତ୍ପାଦନ କରି ନିଜେ ରାନ୍ଧି ଖାଉଥିଲେ । ପଖାଳ ପାଇଁ ଏହି ଚାଉଳ ସହିତ କେହି ସମତୁଲ ହୋଇ ପାରିବ ନାହିଁ । ଏହା ସବୁ କାଳକ୍ରମେ ଲୋପ ପାଇଗଲା । ଗାଁ ଗହଳିରେ ଥିବା ଘଣା,ଯେଉଁଥିରୁ ଶୁଦ୍ଧ ତେଲ ମିଳି ପାରୁ ଥିଲା ତାହା ଏବେ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । ଲୋକେ ଦୈନିକ ଭେଜାଲ ତେଲ ଖାଇ ବିଭିନ୍ନ ରୋଗ ଗ୍ରସ୍ତ ହେଉଛନ୍ତି । ଅଧିକାଂଶ ପରିବାରରେ ଲୋକେ ବାଡିରେ ଓଲ, ଆମ୍ବଅଦା,ମାଟି ଆଳୁ,ଅଦା, ଆଦି ଲଗାଇ ନିଜ ପରିବାରର ଚାହିଦା ପୁରଣ କରିବା ସହିତ ହାଟ ବଜାରରେ ତାହା ବିକ୍ରୟ କରୁଥିଲେ । ଏବେ ତାହା ଆଉ ଦେଖିବାକୁ ମିଳୁ ନାହିଁ । ଅଧିକାଂଶ ଲୋକଙ୍କ ବାଡିରେ କାଂଚନ ଗଛ, ଥିଲା । ତାର ଫୁଲକୁ ଭାଜି ରାନ୍ଧି ତରକାରୀ କରି ଖାଉଥିଲେ । ଏସବୁ ବିନା ପଇସାରେ ମିଳୁଥିଲା । ଏବେ ସେ ଗଛ ଲୋପ ପାଇ ଯାଇଛି । ଶିଶୁ ମାନଙ୍କ ପାଇଁ ଔଷଧୀ ଭଳି କାମ କରୁଥିବା ଫାରସା ଗଛ, ଡାଳିମ୍ବ ଗଛ, ଜାମୁରୋଳ ଗଛ, ଘିକୁଆଁରୀ, ବରକୋଳି, ବେତକୋଳି, ଜାମୁକୋଲି , ଆଆତ, ନେହୁଆ ଗଛ ଆଉ ଦେଖିବାକୁ ମିଳୁ ନାହିଁ । ଜିଲ୍ଲାର କୈାଣସି ଠାରେ ଆଉ ଶୁଦ୍ଧ ଗୁଆ ଘିଅ, ଶୁଦ୍ଧ ମହୁ, ଲହୁଣୀ, ମିଳୁ ନାହିଁ । ଯେତେ ଦାମ ଦେଲେ ମଧ୍ୟ ସବୁଠି ମିସା ଦ୍ରବ୍ୟ ମିଳୁଛି । ଗ୍ରାମାଂଚଳରୁ ଗୁହାଳ ମଧ ହଜି ଯିବାକୁ ବସିଲାଣି । ଗୋ ପାଳନ ପାଇଁ ଚାରଣ ଭୂମିର ଅଭାବ ଯୋଗୁ ଗୋ ପାଳନ ହ୍ରାସ ପାଇଛି । ଏକ ହିସାବରୁ ଜଣା ପରେ ଯେ ୭୩ ପ୍ରତିଶତ ଗୋ ପାଳନ ଇତି ମଧ୍ୟରେ ହ୍ରାସ ପାଇଛି । ତେବେ ବହୁ ମୂଲ୍ୟବାନ ଜନହିତକର ଦ୍ରବ୍ୟ ରାଜ୍ୟରୁ ଲୋପ ପାଇବାକୁ ବସିଛି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *