Friday , September 22 2023
Breaking News
Home / ରାଜନୀତି / ମହିଳାଙ୍କ ଉପରେ ଅତ୍ୟାଚାରକୁ ଲୋକଲୋଚନକୁ ନଆଣିବା ପାଇଁ ୫ଟିକୁ ବ୍ୟବହାର କରୁଛନ୍ତି ରାଜ୍ୟସରକାର : ବିଜେପି

ମହିଳାଙ୍କ ଉପରେ ଅତ୍ୟାଚାରକୁ ଲୋକଲୋଚନକୁ ନଆଣିବା ପାଇଁ ୫ଟିକୁ ବ୍ୟବହାର କରୁଛନ୍ତି ରାଜ୍ୟସରକାର : ବିଜେପି

ଭୁବନେଶ୍ୱର,୨୨/୦୯/୨୦୧୯(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ୫ଟି ଯଥା ଟ୍ରାନ୍ସପେରେନ୍ସି, ଟିମୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ ଉପରେ ଗୁରୁତ୍ୱ ଦେବାକୁ କହୁଛନ୍ତି । ୫ଟିରେ କାର୍ଯ୍ୟ କରିବାକୁ କହୁଛନ୍ତି । ସବୁ କ୍ଷେତ୍ରରେ ୫ଟି ଲଗାଇବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ମନ୍ତ୍ରୀ ମାନଙ୍କୁ ପ୍ରତି ମାସରେ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ୫ଟିର ସଚିବ ଦାୟୀତ୍ୱ ଦେଇଛନ୍ତି । ଏହା ସତ୍ୱେ ବି ଆଜି ରାଜ୍ୟରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟସରକାର ମହିଳାଙ୍କ ସୁରକ୍ଷା ନେଇ କୌଣସି କାର୍ଯ୍ୟ କରୁନାହାଁନ୍ତି କି ଏଥି ପାଇଁ ତାଙ୍କ ୫ଟିକୁ କାର୍ଯ୍ୟକାରୀ କରୁନାହଁନ୍ତି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟସରକାର ୫ଟିର କଥା କହୁଛନ୍ତି । ମୋ ସରକାର, ମୋ ବସ, ମୋ ପୋଲିସର କଥା କହୁଛନ୍ତି । କିନ୍ତୁ ମହିଳା ସୁରକ୍ଷା ନେଇ ପୋଲିସ ଓ ପ୍ରଶାସନ ଚୁପ ବସିଛନ୍ତି । ଗୃହ ବିଭାଗର ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ପୋଲିସର ନିଷ୍କ୍ରିୟତା ଉପରେ ପଦଟିଏ ବି କହୁନାହାଁନ୍ତି । କୁନ୍ଦୁଲୀ, ବେବିନା, ଇତିଶ୍ରୀ, ମାଧବିଲତା ଭଳି ଷ୍ଟାଫ ନର୍ସ ନିହାରିକା ଆଜି ବଳି ପଡିଛି । ମୃତ ନିହାରିକା ନିଖୋଜ ହେବା ପରେ ନସିଂହୋମ କର୍ତୃପକ୍ଷ ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇନଥିଲା । ଥାନାରେ ଅଭିଯୋଗ ହେବା ପରେ ପୋଲିସ କାହିଁକି ଘଟଣାକୁ ଗୁରୁତର ସହ ନେଲା ନାହିଁ ତାହାର ଉତର ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନ ଦିଅନ୍ତୁ । ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମୃତ ନର୍ସ ନିହାରିକା ପାତ୍ରଙ୍କ ଘର, ଶବ ମିଳିଥିବା ବିଲୁଆ ଖାଇ ନଦୀ ପଠା, ସେ କାର୍ଯ୍ୟରତ ଥିବା ନର୍ସିଂହୋମ ଏବଂ ଶେଷରେ ଡିଜି ଅଫିସ ଯାଇ ସରଜମିନ ତଦନ୍ତ କରି ଫେରିଥିଲା । ରାଜ୍ୟରେ ନାରୀ ସମାଜ ଯେତେବେଳେ ସହୟତା ମାଗୁଛି ସେତେବେଳେ ପୋଲିସ ଓ ପ୍ରଶାସନ ନୀରବ ରହୁଛି । ଗତ ୮ ତାରିଖରେ ନିହାରିକା ନିଖୋଜ ହେବା ପରେ ସେ କାର୍ଯ୍ୟ କରୁଥିବା ନର୍ସିଂହୋମ ପକ୍ଷରୁ ପରିବାରବର୍ଗଙ୍କୁ ଜଣାଇବା ସହ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାକୁ ଗୁରୁତର ସହ ନେବାକୁ ଅନୁରୋଧ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା କାରଣରୁ ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ନିହାରିକାରଶବ ଉଦ୍ଧାର ହୋଇଥିଲା । ନିଖୋଜ ହେବାର ଏତଲା ଦେବା ପରେ ପୋଲିସ ମୃତ ନିହାରିକାଙ୍କ ପୁରୁଷ ବନ୍ଧୁଙ୍କୁ ଡାକି ଥାନାରେ ପଚରାଉଚରା କରି ଛାଡି ଦେଇଥିଲା । ପୋଲିସ ତାର ଦାୟୀତ୍ୱ ଠିକ୍ ଭାବେ କରିନାହିଁ । ୫ଟିରୁ ଟାଇମ ଅନୁଯାୟୀ ପୋଲିସ ଏ ଘଟଣାର ତଦନ୍ତ କରିଥିଲେ ନିହାରିକା ଆଜି ଜୀବିତ ଥାନ୍ତା । ସାଢେ ୪ କୋଟି ଲୋକ ମୋ ପରିବାର ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ଏଠି ମୃତ ନିହାରିକା ଏବଂ ତାଙ୍କ ମା କଣ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ନୁହଁନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । କିଛିଦିନ ପୂର୍ବରୁ ୫ଟି ସଚିବ ପୋଲିସର ବ୍ୟବହାର ମାର୍ଜିତ କରିବା ପାଇଁ ଓଡିଶା ପୋଲିସ ସହ ଆଲୋଚନା କରିଥିଲେ । ପୋଲିସ କିପରି ସାଧାରଣ ଲୋକଙ୍କୁ ବ୍ୟବହାର ଠିକ୍ ଦେଖାଇବେ, ସେମାନଙ୍କ କଥା ଶୁଣିବେ , ତାଙ୍କ ଦାୟୀତ୍ୱ ତୁଲାଇବେ ସେ ନେଇ ବିସ୍ତୁତ ଆଲୋଚନା ହେବା ପରେ ବି ପୋଲିସ ଏଭଳି ଘଟଣାରେ କଣ କରିଛି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟସରକାର ମହିଳାଙ୍କ ସୁରକ୍ଷା ନେଇ କୌଣସି କାର୍ଯ୍ୟ କରୁନାହାଁନ୍ତି । ପୋଲିସ କେବଳ ଶାସକ ବିଜେଡି ନେତାଙ୍କୁ ଖୁସି କରିବା ଏବଂ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛି । ସାଧାରଣଜନତାଙ୍କ ପାଇଁ ପୋଲିସ କାର୍ଯ୍ୟ କରୁନାହିଁ ।
ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଲୋକଲୋଚନକୁ ନଆଣିବା ପାଇଁ ରାଜ୍ୟସରକାରଙ୍କ ୫ଟିର ଟିମୱାର୍କ କାର୍ଯ୍ୟ କରୁଛି । ବିଲୁଆଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁର୍ଷ୍କମ କରି ହତ୍ୟା କରାଯାଇଥିଲା, ପୁଣି ଆଜି ସେହି ଘଟଣାର ପୁନରାବୃତି ହୋଇଛି । ଗତ ୨୦ ବର୍ଷ ଶାସନ କାଳରେ ନବୀନ ବାବୁ କଣ ଟ୍ରାନ୍ସଫରେନ୍ସି କାର୍ଯ୍ୟ କରିଛନ୍ତି ତାହାର ଉତର ଦେବେ କି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଆସ୍କା ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିିନୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *