Tuesday , October 26 2021
Breaking News
Home / କୃଷି /    ବଜାରରେ ୟୂରିଆ ସାରର ଅଭାବ, ଅଧିକ ଦାମ୍  ରେ କିଣୁଛନ୍ତି ଚାଷୀ, ପ୍ରଶାସନ ସ୍ଥାଣୁ 

   ବଜାରରେ ୟୂରିଆ ସାରର ଅଭାବ, ଅଧିକ ଦାମ୍  ରେ କିଣୁଛନ୍ତି ଚାଷୀ, ପ୍ରଶାସନ ସ୍ଥାଣୁ 

ଗରଦପୁର ୨୨/୦୯/୨୦୧୯ ( ଓଡ଼ିଶା ସମାଚାର)-ବଜାରରେ ୟୂରିଆ ସାରର ଅଭାବ ପରିଲକ୍ଷିତ ହୋଇଥିବା ବେଳେ,ଯେଉଁ କେତେକ ସ୍ଥାନରେ ୟୂରିଆ ସାର ମିଳୁଛି ,ତାହା ପୁଣି ନିର୍ଦ୍ଧାରିତ ଦାମ୍ ଠାରୁ ଯଥେଷ୍ଟ ଅଧିକ ରହିଛି । ଏପରିସ୍ଥିତିରେ ପ୍ରଶାସନ ସ୍ଥାଣୁ ପାଲଟିଥିବାର ଚାଷୀ ମହଲରୁ ଅଭିଯୋଗ ହେଉଛି । ଧାନ ଚାଷ ପାଇଁ ସାରର ଚାହିଦା ଅଧିକ । ସାରର ଚାହିଦାକୁ ଦେଖି ସମ୍ପୃକ୍ତ ସାର କମ୍ପାନିମାନେ ସେମାନେ ସମ୍ପୃକ୍ତ ସାର ସହିତ ଅଣୁସାର ବିକ୍ରୀ କରିବାକୁ ହୋଲସେଲର ଓ ଖୁଚୁରା ବିକ୍ରେତାମାନଙ୍କୁ ଏକ ପ୍ରକାର ବାଧ୍ୟ କରୁଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ଦାମ୍ ଠାରୁ ଅଧିକ ଦାମରେ ସାର ବିକ୍ରୟ କରାଯାଉଛି । ପ୍ରଶାସନ ଏ ଦିଗରେ ନିରବତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ମାର୍ଶାଘାଇ କୃଷି ଜିଲା ସୂତ୍ରରୁ ଜଣାଯାଇଛି ଯେ,ଚଳିତ ବର୍ଷ ରସାୟନିକ ସାର ବିକ୍ରୟ କରାଯିବା ପାଇଁ ମାର୍ଶାଘାଇ କୃଷି ଜିଲା ଅଧିନରେ ଥିବା ମାର୍ଶାଘାଇ ବ୍ଳକରେ୨ ଜଣ ସାର ହୋଲସେଲର,ଗରଦପୁର ବ୍ଲକ ଅଂଚଳ ପାଇଁ ଜଣେ ଓ ମହାକାଳପଡା ବ୍ଲକ ଅଂଚଳ ପାଇଁ ୨ଜଣ ହୋଲସେଲର ନିଯୁକ୍ତି ପାଇଛନ୍ତି । ଏମାନଙ୍କ ସହିତ ଏହି ତିନି ଗୋଟି ବ୍ଲକ ପାଇଁ ମୋଟ୧୦୯ଗୋଟି ପ୍ରାଇଭେଟ୍ ଡିଲରମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।ଏଥି ସହିତ ବିଭିନ୍ନ ବ୍ଲକ ଅଂଚଳରେ ରହିଥିବା ମୋଟ ୪୩ଗୋଟି ସେବା ସମବାୟ ସମିତି ମାଧ୍ୟମରେ ସାର ବିକ୍ରୟ କରାଯିବା ପାଇଁ ସରକାର ବ୍ୟବସ୍ଥା କରିଥିବାବେଳେ,ସେଥି ମଧ୍ୟରୁ କେତେ ଗୋଟି ସେବା ସମବାୟ ସମିତି ଚଳିତ ବର୍ଷ ସାର ବିକ୍ରୟ କରିବା ପାଇଁ ଗୋଦାମକୁ ଆଣି ନାହାଁନ୍ତି । ଧାନର ମୂଳ ସାର ଭାବରେ ୟୂରିଆ ସାର ପ୍ରୟୋଗ କରାଯାଉଥିବାବେଳେ, ପିଲ ସାର ଓ ଥୋଡ ବାହାରିବା ବେଳେ ମଧ୍ୟ ୟୂରିଆର ସାରର ଆବଶ୍ୟକତା ରହିଥିବାରୁ ଚାଷୀମାନେ ୟୂରିଆ ସାରକୁ ଗୁରୁତ୍ୱ ଦେଇ ଆସିଛନ୍ତି । ମାତ୍ର ଏପରିସ୍ଥଳେ ବଜାରରେ ୟୂରିଆ ସାରର ଅଭାବ ଦେଖା ଦେଇଥିବାରୁ ଚାଷୀମାନେ ସାର ପାଇଁ ବ୍ୟତିବ୍ୟସ୍ଥ ହୋଇପଡିଛନ୍ତି । ସରକାରୀ ହିସାବରେ ୟୂରିଆ ସାର ବସ୍ତା ପ୍ରତି ୨୬୬ଟଙ୍କା ୫୦ ପଇସା ଦାମ୍ ରହିଥିବାବେଳେ,ହୋଲସେଲ୍ର ଗୋଦାମ ଗୃହ ପର୍ଯ୍ୟନ୍ତ ଆସି ପହଂଚିବା ଖର୍ଚ୍ଚ ଏବଂ ସମ୍ପୃକ୍ତ ସାର କମ୍ପାନିମାନେ ୟୂରିଆ ସାର ସହିତ ବସ୍ତା ପ୍ରତି ୨ କିଲୋ ଅଣୁ ସାର ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଅଣୁସାର ଦୁଇ କିଲୋର ଦାମ୍ ୧୫୦ ଟଙ୍କା ରହିଛି,ଯାହାକି ୟୂରିଆ ବସ୍ତା କିଣିଲେ ଚାଷୀ ସାରର ନିର୍ଦ୍ଧାରିତ ଦାମ୍ ଦେବା ସହିତ ଅଣୁସାର ଓ ଗାଡି ଭଡା ମଧ୍ୟ ଦେବାକୁ ପଡୁଛି । ଅନ୍ୟ ପକ୍ଷରେ ହୋଲସେଲ୍ରମାନଙ୍କ ଠାରୁ ଖୁଚୁରା ବେପାରିମାନେ ସାର କିଣି ନେଇ ଚାଷୀମାନଙ୍କୁ ବିକ୍ରୟ କରିଲେ,ତାହା ପୁଣି ଧାର୍ଯ୍ୟ ଦାମ୍ ଠାରୁ ଯଥେଷ୍ଟ ପରିମାଣର ଅଧିକ ମୂଲ୍ୟ ଦେବାକୁ ପଡୁଛି । ଏହାକୁ ନେଇ ଚାଷୀମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଗତ କିଛି ଦିନ ହେଲା ଅଂଚଳ ରେ ୟୂରିଆ ସାର ନ ଥିବାବେଳେ,ଗତ ଦୁଇ ଦିନ ପୂର୍ବରୁ ହୋଲସେଲର କେନ୍ଦ୍ରଗୁଡିକୁ ୟୂରିଆ ସାର ଯୋଗାଣ କରାଯାଇଛି । ଏ ସମ୍ପର୍କରେ ମାର୍ଶାଘାଇ କୃଷି ଜିଲା ଅଧିକାରୀ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ସେ କହନ୍ତି ଯେ,ଚଳିତ ବର୍ଷ ଆବଶ୍ୟକ ମୁତାବକ ୟୂରିଆ ସାର ଆସିଛି,ତେବେ ପ୍ରତି ବସ୍ତାରେ ଲେଖାଯାଇଥିବା ଦାମ୍ ରେ ସେମାନେ ବିକ୍ରୟ କରିବା କଥା,ଯଦି ଏହା ଠାରୁ ଅଧିକ ଦାମରେ ବିକ୍ରୟ କରନ୍ତି,ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅପରପକ୍ଷରେ ଜିଲା ପ୍ରଶାସନ କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୟୂରିଆ ସାର ଯୋଗାଣ ପ୍ରତି ଗୁରୁତ୍ୱ ଦେବା ସହିତ ସମ୍ପୃକ୍ତ କମ୍ପାନୀମାନେ ଏକ ପ୍ରକାର ବାଧ୍ୟ କରି ଯୋଗାଉଥିବା ଅଣୁସାରକୁ ବିକ୍ରୟ ଉପରେ ଅଙ୍କୁଶ ଳଗାଇବାକୁ ଜଣେ ସାର ହୋଲସେଲର ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।     ଓଡ଼ିଶା ସମାଚାର

About admin

Check Also

ଆଗେ ଵୁଣୁ ପଛେ ଵୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ’ :  କଟକ ସଦର ଅଞ୍ଚଳରେ ଗର୍ଭଣା ସଂକ୍ରାନ୍ତି

କଟକ ସଦର, ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଓଡିଶାର ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରେ ସାଧାରଣତଃ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ଅନେକ …

Leave a Reply

Your email address will not be published. Required fields are marked *