Wednesday , January 26 2022
Breaking News
Home / ବିଶେଷ / ଫନି ଘରଭଙ୍ଗା ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ

ଫନି ଘରଭଙ୍ଗା ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡା,୨୨/୦୯/୨୦୧୯ ( ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲର  ଚକ୍ରୋଡା ରାଜସ୍ୱ ସର୍କଲ ଅନ୍ତର୍ଗତ  ଚକ୍ରୋଡା ପଂଚାୟତରେ ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା ପ୍ରଦାନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ସେହି ବାତ୍ୟାରେ ପ୍ରକୃତରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କନାମକୁ ବାଦ ଦିଆଯାଇ କୋଠାଘର ଥିବା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କ ନାମରେ ଘରଭଙ୍ଗା ସହାୟତା ମଞ୍ଜୁର କରାଯାଇଥିବାରୁ ଶନିବାର କ୍ଷତିଗ୍ରସ୍ତ ଲୋକମାନେ ଚକ୍ରୋଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏଭଳି ଅନୀୟମିତତା ହୋଇଥିବା ଅଭିଯୋଗ କରି ସହାୟତା ପ୍ରଦାନ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିବା ଜଣାପଡିଛି । କ୍ଷତିଗ୍ରସ୍ତଙ୍କ ପକ୍ଷରୁ ବ୍ରଜ କିଶୋର ବେହୁରା,ଅଲେକ ଚନ୍ଦ୍ର ବେହୁରା,ଚିତରଞ୍ଜନ ମଲ୍ଲିକ,ମଧୁସୁଦନ ସାହୁ,ଅଜୟ କୁମାର ଦଳାଇ ପ୍ରମୁଖ ଏହି ଅନୀୟମିତତା ଘଟଣାର ତଦନ୍ତ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *