Wednesday , February 8 2023
Breaking News
Home / ଶିକ୍ଷା / ପୁରାତନ ଛାତ୍ର ପରିଷଦ ର ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପୁରାତନ ଛାତ୍ର ପରିଷଦ ର ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ,୨୨/୦୯/୨୦୧୯ ( ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି ।ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ନିରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠଳରେ ଗଚ୍ଛବର୍ଷର ଉତ୍ସବର ସମୀକ୍ଷା କରାଯିବା ସହିତ ଦ୍ୱିତୀୟ ସମାବର୍ତନ ଉତ୍ସବ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ଅକ୍ଟୋବର ୬ ତାରିଖରେ ଦ୍ୱିତୀୟ ସମାବର୍ତନ ଉତ୍ସବ କରାଯିବବୋଲି ପୁରାତନ ଛାତ୍ର ପରିଷଦର ସଭାପତି ଦେବପ୍ରସାଦ ସ୍ୱାଇଁ ଘୋଷଣା କରିଥିଲେ । ଆଗାମୀ ଉତ୍ସବରେ ବିଭିନ୍ନସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାସହ ବିଦ୍ୟାଳୟ ତଥା ନାଉଗାଁ ବ୍ଲକ ର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବବୋଲି ପରିଷଦର ସମ୍ପାଦକ ପ୍ରସନ୍ନଜିତ ସାହୁ ପ୍ରକାଶ କରିଥିଲେ । ଉକ୍ତ ବୈଠଳରେ ବିଦ୍ୟାଳୟର ଗୁରୁଜୀ ନୃସିଂହ ଚରଣ ଦାସ, ଲକ୍ଷ୍ମଣ କୁମାର ସାହୁ, ଶ୍ରିବତ୍ସ କୁମାର ଲେଙ୍କା, ସାନ୍ନିଧ୍ୟ ପ୍ରସାଦ ଦାସ, ସୂର୍ଯ୍ୟ କୁମାର ସ୍ୱାଇଁ, ଚୀରଂଜିବ ମହାରଣା, ଅନିକେତ ଦାସ, ଜିତେନ୍ଦ୍ର ସେଠୀ, ଅମୀୟ ସାହୁ, ସ୍ମୃତିରଂଜନ ମହାନ୍ତି, ରିତିକ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ ବୈଠକ ପରିଚାଳନା କରିଥିବାବେଳେକାର୍ଯ୍ୟକାରୀ ସଭାପତି ପୃଥ୍ୱୀରାଜ ମହାନ୍ତି ଧନ୍ୟବାଦ ଅର୍ପଣକରିଥିଲେ  ।  ଓଡ଼ିଶା ସମାଚାର

Leave a Reply

Your email address will not be published.