Wednesday , January 19 2022
Breaking News
Home / ବିଶେଷ / ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ – ରାତି ୧୦ଟା ସୁଦ୍ଧା ଭସାଣୀ ; ଡିଜେ ଉପରେ କଟକଣା

ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ – ରାତି ୧୦ଟା ସୁଦ୍ଧା ଭସାଣୀ ; ଡିଜେ ଉପରେ କଟକଣା

ପଟ୍ଟାମୁଣ୍ଡାଇ, ୨୨/୦୯/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗାପୂଜା ଉସôବକୁ ବିପୁଳ ଆନନ୍ଦଉଲ୍ଲାସ ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପଟ୍ଟାମୁଣ୍ଡାଇ ଶାନ୍ତି କମିଟି ବୈଠକ ତହସିଲ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରିଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଅଂଚଳର ଏ÷ାତିହ୍ୟ ପରମ୍ପରା ଓ ସଂସ୍କୃତିର ଗଣପର୍ବ ଶାରଦୀୟ ଦୂର୍ଗାପୂଜା ଉସôବକୁ ସବୁବର୍ଗର ଲୋକମାନେ ଭାଇଚାରାର ଅନନ୍ୟ ଉଦାହରଣ ସୃଷ୍ଟି କରି ପାଳନ କରିବାକୁ ଆହ୍ୱାନ ଦେବା ସହିତ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କେନ୍ଦ୍ରାପଡା ଏସପି ନୀତିଶେଖର ଶାରଦୀୟ ପୂଜା ଉସôବକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେବା ସହିତ ଶାନ୍ତିଭଙ୍ଗକାରୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ଜ୍ୟୋର୍ତିମୟୀ ବେହେରା, ଏସଡିପିଓ ରଂଜନ କୁମାର ଦେ, ଆଇଆଇସି ରାକେଶ କୁମାର ତ୍ରିପାଠୀ, ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ, ପୂର୍ତ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ. ପ୍ରଶାନ୍ତ କୁମାର ଦାସ, ସହସହକାରୀ ଯନ୍ତ୍ରୀ ଇଂ. ଅଶୋକ କୁମାର ଜେନା, ସେସୁ ପରିଚାଳକ ଇଂ. ବିବେକାନନ୍ଦ ପଣ୍ଡା, ପିଏଚଡି ସହସହକାରୀଯନ୍ତ୍ରୀ ଧିରେନ କୁମାର ପାତ୍ର, ଅଗ୍ନିଶମ ସେବା ଅଧିକାରୀ ଗୋପବନ୍ଧୁ ସାହୁ. ଏବିଇଓ ପ୍ରଦୀପ କୁମାର ସାମନ୍ତରାୟ, ପ୍ରାକ୍ତନ ଶିକ୍ଷକସଂଘ ସଭାପତି ବିଜୟ ସାହୁ, ବଣିକସଂଘ ସଂପାଦକ ପିତାମ୍ବର ମିଶ୍ର, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ, ବରିଷ୍ଠନେତା ପ୍ରଦୁ୍ୟମ୍ନ ସାମନ୍ତରାୟ, ବିକାଶ ପରିଷଦ ସଂପାଦକ ଗୋପିନାଥ ତ୍ରିପାଠୀ. କାର୍ଯ୍ୟକାରୀ ସଭାପତି ଗୋପିବଲ୍ଲଭ ନାୟକ, ସିପିଏମନେତା ବାବାଜି ପରିଡା, ସଂଖ୍ୟାଲଘୁ ସଂଗଠକ ଏସକେ ହଲିମ, ଥାନପତି ରବିନ୍ଦ୍ର କୁମାର ସାହୁ, ମିଟୁ ଦାଶ, ପ୍ରଦୀପ ତ୍ରିପାଠୀ, ବାଜନ ସାମଲ, ଆଡଭୋକେଟ ଶରତ ଦାସ, ରମେଶ କୁମାର ଦେ, ବ୍ରଜେନ୍ଦ୍ର ବର୍ମା ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ, ବଣିକସଂଘ କର୍ମକର୍ତା ଓ ମେଢ କମିଟିର ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଚଳିତ ଶାରଦୀୟ ଦୂର୍ଗାପୂଜା ପାଇଁ ପୋଲିସ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ ା ଶାରଦୀୟ ଦୂର୍ଗାପୂଜା ସମୟରେ ପ୍ରତ୍ୟେକ ମେଢ ନିକଟରେ ପୋଲିସ ବ୍ୟବସ୍ଥା, ସମଗ୍ର ସହରରେ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୂତୟନ, ବିଭିନ୍ନ ସମବେଦନଶୀଳ ରାସ୍ତାରେ କଡାକଡି ପୋଲିସ ପେଟ୍ରୋଲିଂ, ଡାକବଙ୍ଗଳା, ବାଇପାସ ଓ ପୋଲପାଖ ମହାବୀର ବଜାର ଠାରେ ପୋଲିସ କଂଟ୍ରୋଲ ରୁମ ପ୍ରତିଷ୍ଠା, ଅଷ୍ଟମୀ. ନବମୀ ଓ ଦଶମୀ ୩ ଦିନ ଧରି ସହର ମଧ୍ୟକୁ ଯାନବାହନ ଚଳାଚଳ କଟକଣା, ପୌରାଂଚଳର ସମସ୍ତ ରାସ୍ତାଘାଟ ମରାମତି, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଏମଏନ ହାଇସ୍କୁଲ ଓ ବାଲିପଡା ପୂଜା ପଡିଆରେ ଅସ୍ଥାୟୀ ଗାଡି ପାର୍କିଂ, ସହର ମଧ୍ୟକୁ ବୁଲା ଗାଈଗୋରୁ, ଛେଳିମେଣ୍ଢା ଛଡା ଯିବା ଉପରେ କଟକଣା, ଉତମ ପରିମଳ ବ୍ୟବସ୍ଥା ସହ ବିଭିନ୍ନ ଖାଦ୍ୟଦ୍ରବ୍ୟର ତନଖି, ଚୋରା ମାଦକଦ୍ରବ୍ୟ କାରବାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ୬୫ ଡେସିବେଲ ସାଉଣ୍ଡ ବ୍ୟବସ୍ଥା ସର୍ବୋପରି ଶାରଦୀୟ ଦୂର୍ଗାପୂଜା ସମୟରେ କୋର୍ଟ ନିଦେ୍ର୍ଦଶ ଅନୁଯାୟୀ ଡି.ଜେ ବଜାଇବା ଉପରେ କଟକଣା ଲାଗୁ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *