Friday , September 22 2023
Breaking News
Home / ବିଶେଷ / କେନ୍ଦ୍ରାପଡା ସାଇକେଲ କ୍ଲବର ପଲିଥିନ ସଚେତନତା ରାଲି

କେନ୍ଦ୍ରାପଡା ସାଇକେଲ କ୍ଲବର ପଲିଥିନ ସଚେତନତା ରାଲି

କେନ୍ଦ୍ରାପଡା ୨୨/୦୯/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ରବିବାର ଏକ ସଚେତନତା ରାଲି ସହରରେ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ । କେନ୍ଦ୍ରାପଡା ସହରରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଯୁବ ସମାଜକୁ ସାଇକେଲ ଚାଳନାର ଆବଶ୍ୟକତା ସମ୍ପର୍କରେ ଏହି ଅଭିଯାନ ଉସôାହିତ କରିବ ବୋଲି ଜିଲାପାଳ ଶ୍ରୀ ବର୍ମା ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ଓ କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ସାଇକେଲରେ ସହର ପରିକ୍ରମା କରିଥିଲେ । ପୁରୁଣାବସଷ୍ଟାଣ୍ଡଠାରୁ ଏହି ସାଇକେଲ ରାଲି ବାହାରି ନୂଆବସଷ୍ଟାଣ୍ଡ, ତିନିମୁହାଣୀ, ଗୁଲନଗର, ଗରାପୁର ପ୍ରଭୃତି ଅଂଚଳ ପରିକ୍ରମାକରି ଜିଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଫେରିଆସିଥିଲା । ଏହି ସାଇକେଲ ରାଲିରେ ଜିଲାର ସାମ୍ବାଦିକ, ସମାଜସେବୀ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ । ପ୍ରତିମାସର ଦ୍ୱିତୀୟ ରବିବାର କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ଏହି ରାଲିର ଆୟୋଜନ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପରୀକ୍ଷିତ ପାତ୍ର, ଚିତରଞ୍ଜନ ଦାସ,ଲକ୍ଷ୍ମୀକାନ୍ତ ନାୟକ, ପ୍ରଶାନ୍ତ ନାୟକ, ରାଧାକାନ୍ତ ମହାନ୍ତି, ଜଗନ୍ନାଥ ଧଳ, ମନ୍ମଥ ରାଉତ, ବିରେନ୍ଦ୍ର କୁମାର ଦାସ, ଏମ.ଡି ଜାହିଦ୍ ଖାଁନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ମାତୃଦତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । “ପଲିଥିନ ଛାଡିବା, ପରିବେଶ ଗଢିବା” ଥିଲା ଏହି ରାଲିର ଜନସାଧାରଣଙ୍କୁ ମୁଖ୍ୟ ବାର୍ତା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *