Wednesday , December 8 2021
Home / ବିଶେଷ / ଅନୁଦାନକୁ ଅପେକ୍ଷା ନକରି ଗ୍ରାମବାସୀ କଲେ କୋଠ ଘର ଚଟାଣ  

ଅନୁଦାନକୁ ଅପେକ୍ଷା ନକରି ଗ୍ରାମବାସୀ କଲେ କୋଠ ଘର ଚଟାଣ  

ତାରପୁର,୨୨/୦୯/୨୦୧୯ (ଓଡ଼ିଶା ସମାଚାର)-ଗଚ୍ଚୁନାଥପୁର ବ୍ଲକ୍ ତଅଁରା ପଂଚାୟତ କରଡ଼ା ଗ୍ରାମବାସୀ ନିଜ ଉଦ୍ୟମରେ ନିର୍ମାଣ କରୁଛନ୍ତି ଲକ୍ଷ୍ମୀ ମଣ୍ଡପ କୋଠ ଘରର ଚଟାଣ । ଦୀର୍ଘ ବର୍ଷ ଧରି ସରପଂଚ , ବିଧାୟକ ଓ ସାଂସଦ ମାନେ ଚଟାଣ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ  ଗ୍ରାମବାସୀ ଅନୁରୋଧ କରିଥିଲେ ବି କେହି କଥା ଶୁଣିନଥିଲେ । ଏହି ସ୍ଥାନରେ ଗ୍ରାମର ସଭା ଠାରୁ ଆରମ୍ଭ କରି ଯାନି ଯାତ୍ରା ତଥା ପ୍ରତ୍ୟେକ ଦିନ ଯୁବକ ସଂଘର ପିଲାମାନେ ଏକାଠି ହୋଇଥାନ୍ତି । ଆଗାମୀ ଲକ୍ଷ୍ମୀ ପୂଜାକୁ ଆଖି ଆଗରେ ରଖି ଗ୍ରାମବାସୀଙ୍କ ନିଷ୍ପତି ଓ ସହଯୋଗରେ ଚଟାଣ ତିଆରୀ ହେଉଥିବା ବଟକୃଷ୍ଣ ନାୟକ, ସମିତି ସଭ୍ୟ ସଂଜୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ଗ୍ରାମର ପିଲାମାନେ ବିନା ପାରିଶ୍ରମିକରେ ସିମେଂଟ ମସଲା ଫେଂଟିବା ଏବଂ ମିସ୍ତ୍ରୀ ମଧ୍ୟ ଏଥିରେ ସହଯୋଗ କରି କାର୍ଯ୍ୟ ଆଗେଇ ନେଉଥିବା ଦେଖାଯାଇଥିଲା । ପବିତ୍ର ନାୟକ, ଅଶୋକ ନାୟକ, ଭାସ୍କର ନାୟକ ପ୍ରମୁଖ ଏଥିରୁ ପ୍ରେରଣା ପାଇ ଆଗାମୀ ଦିନରେ ବାକି ଥିବା କାମକୁ  ପୁରଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

 

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *