Monday , December 6 2021
Breaking News
Home / ବିଶେଷ / ସୁରେନ୍ଦ୍ର ସାର ଙ୍କ ସ୍ମୃତି ଚାରଣ ସଭା

ସୁରେନ୍ଦ୍ର ସାର ଙ୍କ ସ୍ମୃତି ଚାରଣ ସଭା

ତାରପୁର, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ଆଦର୍ଶ ଶିକ୍ଷକ ସୁରେନ୍ଦ୍ରନାଥ ନାୟକଙ୍କର ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।  ଶିକ୍ଷାବିତ ଯଦୁନାଥ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବୈଷ୍ଣବ ଚରଣ ସାହୁ, ସୁବଳ ଚରଣ ସ୍ୱାଇଁ, ସୁଧୀର ଚନ୍ଦ୍ର ସାହାଣୀ,ନାୟକ, ସମ୍ଭୁନାଥ ବେହେରା,ଜ୍ଞାନରଂଜନ ଦାସ ଙ୍କ ଜ୍ଞାନୀ ଗୁଣି ବ୍ୟକ୍ତି ଓ ପୁରାତନ ଛାତ୍ରମାନେ ଯୋଗଦେଇ ସୁରେନ୍ଦ୍ର ସାରଙ୍କ ସ୍ମୃତି ଚାରଣ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ସ୍ୱର୍ଗତ ନାୟକଙ୍କର ଅଂଚଳରେ ଯଥେଷ୍ଟ ସୁନାମ ଥିବାବେଳେ ଜନସାଧାରଣ ଜଣେ ଅସାଧାରଣ ବ୍ୟକ୍ତିଙ୍କୁ ହରାଇଲେ ବୋଲି ଅତିଥିମାନେ ମତ ରଖିଥିଲେ । ଆରମ୍ଭରେ ସ୍ୱର୍ଗତ ନାୟକଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କର ୪ ପୁଅ ସୁବାସ, ରମେଶ, ଦିଲିପ ଓ ଜ୍ଞାନ ରଂଜନ ଉପସ୍ଥିତ ଥିଲେ । ବିଜନ ମହାପାତ୍ର ସମବେଦନା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *